ଲାହୋର ଏୟାର୍‌ପୋର୍ଟରେ ଗୁଳି ଚଳାଇଲେ ବନ୍ଧୁକଧାରୀ: ୨ ନିହତ

ଲାହୋର: ବୁଧବାର ଦିନ ଲାହୋରସ୍ଥିତ ଆଲ୍ଲାମା ଇକ୍‌ବାଲ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ଦୁଇ ଜଣ ଲୋକ ନିହ ହୋଇଛନ୍ତି। ସନ୍ଦିଗ୍ଧଜଣକ ବିମାନ ବନ୍ଦରର ଲାଉଞ୍ଜ୍‌ ମଧ୍ୟରେ ଗୁଳି ଚଳାଇ ଥିଲେ। ପରେ ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ତାକୁ ଧରି ପକାଇଥିଲେ। ବ୍ୟକ୍ତିଗତ ବିବାଦ କାରଣରୁ ଘଟଣାଟି ଘଟିଥିବା କଥା ପୁଲିସ କହିଛି।

ଗୁଳିକାଣ୍ଡ ଘଟଣାର ଅଳ୍ପ ସମୟ ପୂର୍ବରୁ ମକ୍କା ଓ ସାଉଦି ଆରବରୁ ‘ଉମ୍‌ରହ୍‌’ ସାରିବା ପରେ ବିମାନ ଯୋଗେ ଆସିଥିବା ଯାତ୍ରୀମାନେ ଉକ୍ତ ଲାଉଞ୍ଜ୍‌ ବାଟ ଦେଇ ପଦାକୁ ଯାଇଥିଲେ। ବିମାନ ବନ୍ଦରରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ବହୁ ସଂଖ୍ୟାକ ପୁଲିସ ଓ ରେଞ୍ଜର୍‌ମାନଙ୍କୁ ସେଠାରେ ମୁତୟନ କରାଯାଇଛି। ବିମାନ ବନ୍ଦର ମଧ୍ୟକୁ ପ୍ରବେଶ ବନ୍ଦ କରାଯାଇଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।