ନୂଆଦିଲ୍ଲୀ: ଭାରତୀୟ ଗୁଇନ୍ଦାମାନଙ୍କ ଠାରୁ ସୂଚନା ପାଇବା ପରେ ଶୁକ୍ରବାର ଦିନ ନେପାଳ ପୁଲିସ ଅଣ୍ଡର୍ଓ୍ଵାଲ୍ର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ର ସହଯୋଗୀ ୟୁନୁସ୍ ଅନ୍ସାରୀଙ୍କୁ ଗିରଫ କରିଛି।
ଏହାଛଡ଼ା ପୁଲିସ କାଠମାଣ୍ଡୁ ବିମାନ ବନ୍ଦରରୁ ତିନି ଜଣ ପାକିସ୍ତାନୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ପ୍ରାୟ ୭. ୫ କୋଟି ଟଙ୍କାର ନକଲି ଭାରତୀୟ ନୋଟ୍ ଜବତ କରିଛି।
ନେପାଳ ପୁଲିସ କହିବା ଅନୁସାରେ, ଅନ୍ସାରୀ ହେଉଛି ପୂର୍ବତନ ନେପାଳୀ ମନ୍ତ୍ରୀ ସଲୀମ ଅନ୍ସାରିଙ୍କ ପୁଅ। ସେ ଦାଉଦ୍ର ଅତି ଘନିଷ୍ଠ ବୋଲି ବିଶ୍ୱାସ କରାଯାଏ। ଆଇଏସ୍ଆଇ ଆଦେଶକ୍ରମେ ସେ ଭାରତକୁ ଜାଲ୍ ଭାରତୀୟ ନୋଟ୍ ପଠାଏ।
ପୂର୍ବରୁ ୟୁନୁସ୍ ଜେଲ୍ରେ ଥିଲା ଏବଂ ମୁକ୍ତ ହେବା ପରେ ପାକିସ୍ତାନ ଯାଇ ଦାଉଦ୍-କମ୍ପାନି ସହ ସମ୍ପର୍କ ରଖିଥିଲା। ସେ ପ୍ରାୟ ୧୫ ବର୍ଷ ହେବ ଜାଲ୍ ନୋଟ୍ ଚୋରା ଚାଲାଣ କରି ଆସୁଥିଲା। ଅଣ୍ଡର୍ଓ୍ଵାଲ୍ର୍ଡ କମ୍ପାନି ସହ ସେମାନଙ୍କର ସମ୍ପର୍କ ସଂକ୍ରାନ୍ତରେ ପୁଲିସ ଏବେ ତଦନ୍ତ କରୁଛି।