ବଦଳିପାରେ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ

ଭୁବନେଶ୍ୱର: ୭୨ତମ ସ୍ୱାଧିନତା ଦିବସ ପାଳନ କରିବାକୁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ଅନ୍ୟସ୍ଥାନରେ ହୋଇପାରେ ସ୍ୱାଧିନତା ଦିବସ ପରେଡ଼ । ଆସନ୍ତା ସ୍ୱାଧିନତା ଦିବସରୁ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ପରିବର୍ତ୍ତନ କରାଯାଇପାରେ । ରାଜଧାନୀ ଭୁବନେଶ୍ୱରରେ ଆଜି ପୋଲିସ ଡିଜି ପରେଡ଼ ସ୍ଥାନ ବଦଳାଇବା ପାଇଁ ବିକଳ୍ପ ଭାବେ ୩ଟି ସ୍ଥାନ ପରିଦର୍ଶନ କରିଛନ୍ତି । ଆଜି ଡିଜି ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ,କଳିଙ୍ଗ ଷ୍ଟାଡିୟମ ବୁଲି ଦେଖୁଛନ୍ତି । ଏହିସବୁ ସ୍ଥାନ ପରିଦର୍ଶନରେ ଡିଜିପିଙ୍କ ସହ ପୋଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ କେଉଁସ୍ଥାନରେ ପରେଡ଼ ହେବ ସେନେଇ ଚୟନ ପ୍ରକ୍ରିୟା ଶେଷ ହୋଇନାହିଁ । ସ୍ଥାନ ପରିବର୍ତ୍ତନ ନେଇ ସୋମବାର ଦିନ ଗୃହ ବିଭାଗ ବୈଠକରେ ନିଷ୍ପତି ନିଆଯିବ ।