ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଯାହାକୁ ନେଇ ଉତ୍ସବମୁଖର ସାରା ଦେଶ । ଦିଲ୍ଲୀରୁ ପଲ୍ଲୀ ସମସ୍ତେ ସ୍ୱାଧୀନତାର ଉତ୍ସବ ମନାଉଛନ୍ତି । ଏହି ଅବସରରେ ପିଏମ ମୋଦି ସକାଳ ପ୍ରାୟ ୭.୩୦ ସମୟରେ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥର ପିଏମ ପତାକା ଉତ୍ତୋଳନ କରିବାରେ ମୋଦି ଚତୁର୍ଥ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି । ମେଜର ଶ୍ଵେତା ପାଣ୍ଡେ ଜାତୀୟ ପାତାକା ଉତ୍ତୋଳନ ସମୟରେ ପିଏମଙ୍କ ସହଯୋଗ କରିଥିଲେ ।

independence-day-2020

ସକାଳ ୭ଟା ମୋଦି ରାଜଘାଟରେ ପହଞ୍ଚି ସେଠାରେ ଶ୍ରଦ୍ଧାଞ୍ଜଳୀ ଦେବା ପରେ ୭ଟା ୧୮ ବେଳକୁ ଦିଲ୍ଲୀ ଲାହୋର ଗେଟରେ ପହଞ୍ଚିଥିଲେ । ସେଠାରେ ସେ ପ୍ରତିରକ୍ଷାମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସକାଳ ପ୍ରାୟ ୦୭ଟା ୩୦ରେ ଜାତୀୟ ସଙ୍ଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚଳିତ ବର୍ଷ କୋରୋନା କଟକଣା ସହ ସ୍ୱାଧୀନତା ଦିବସରେ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି ହୋଇଥିଲା । ଦିଲ୍ଲୀର ଲାଲକିଲ୍ଲା ଓ ଆଖପାଖ ଅଞ୍ଚଳର ସମସ୍ତ ପ୍ରକାରର ପ୍ରତିବନ୍ଧକ ହଟାଇବାକୁ ବହୁସ୍ତରୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

independence-day-2020

କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନ ବ୍ୟତୀତ ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି । ସକାଳ ୪ଟାରୁ ଦିନ ୧୦ ଟା ଯାଏଁ ଅନକେ ରାସ୍ତାକୁ ବନ୍ଦ ରଖାଯିବ । ସହରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟେକ ଘଟଣା ଉପରେ ଜିଲ୍ଲା ଡିସିପି ମାନେ ଦୃଷ୍ଟି ରଖିଛନ୍ତି । ଏଥରର ଅତିଥିଙ୍କ ସଂଖ୍ୟା ୨ ହଜାର ମଧ୍ୟରେ ସୀମିତ ରଖିବାକୁ ଯୋଜନା ହୋଇଛି ।

ସେହିପରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ମାତ୍ର ୧୦୦ ଅତିଥୀଙ୍କ ମଧ୍ୟରେ ଏହି ଉତ୍ସବ ଆୟୋଜନ କରିବାକୁ ଯୋଜନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ । ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବେ ।