ସ୍ୱାଧୀନତା ଦିବସରେ ଜାମ୍ମୁ କାଶ୍ମୀରର ସବୁଠି ଉଡିବ ତ୍ରିରଙ୍ଗା ପତାକା

ଶ୍ରୀନଗର: ଏଥର ଜାମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ଅଗଷ୍ଟ ୧୫ ଉପଲକ୍ଷେ ତ୍ରିରଙ୍ଗା ଉଡ଼ାଇବାକୁ ଯୋଜନା କରିଛନ୍ତି ମୋଦୀ ସରକାର | ଏଥିପାଇଁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ କାଶ୍ମୀରକୁ ପଠାଯାଇଛି | ମିଳିଥିବା ସୂଚନା ମୁତାବକ ସ୍ୱାଧୀନତା ଦିବସ ପାଳନବେଳେ ଯେଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଜମ୍ମୁକାଶ୍ମୀରର ବହୁ ପଞ୍ଚାୟତ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉଡି଼ବାକୁ ଇଚ୍ଛା ପ୍ରକାଶ କରିଛନ୍ତି |

ବିଜେପି ପକ୍ଷରୁ ମଧ୍ୟ ଏହାର କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ୧୫ ଅଗଷ୍ଟରେ ଯେଭଳି ତ୍ରିରଙ୍ଗା ଉଡ଼ିବ ସେଥିପ୍ରତି ଦୃଷ୍ଟି ଦେବେ | କିଛିଦିନ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ସମର୍ଥନ ଥିବାର ବିଜେପି ଅନୁଭବ କରିଛି | ସେହିପରି ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ ମଜଭୁତ କରିବା ପ୍ରୟାସରେ ଏବେ ମୋଦୀ ସରକାର ଚାହାଁନ୍ତି |

ପୂର୍ବରୁ ଗୃହ ମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି | କୁହାଯାଉଛି ଅମରନାଥ ଯାତ୍ରା ପରେ ପରେ ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ |