୪ର୍ଥ ଟି-୨୦ ମ୍ୟାଚ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ୱେଲିଂଟନ: ୪ର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୧୬୬ ରନର ଟାର୍ଗେଟ ଦେଇଥିଲା । ୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୫ ରନରେ ଅଟକି ଯାଇଥିଲା । ଫଳରେ ପରେ ମ୍ୟାଚର ଫଳାଫଳ ସୁପର ଓଭରରେ ସ୍ଥିର ହୋଇଥିଲା ।

ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ସୁପର ଓଭର ବୋଲିଂ କରିଥିଲେ ଜଶପ୍ରିତ ବୁମରା । ୬ ବଲରୁ ନ୍ୟୁଜିଲାଣ୍ଡ ୧୩ ରନ କରିବାକୁ ସମର୍ଥ ହୋଇଥିଲା । ଫଳରେ ଭାରତ ସାମ୍ନାରେ ବିଜୟ ଲକ୍ଷ୍ୟ ୧୪ ହୋଇଥିଲା । ୧୪ ରନର ବିଜୟ ଲକ୍ଷ୍ୟକୁ ହାଲସ କରିବାକୁ ଭାରତ ପକ୍ଷରୁ କ୍ୟାପଟେନ ବିରାଟ କୋହଲି ଓ ଓପନର ଲୋକେଶ ରାହୁଲ ଆସିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସୁପର ବୋଲର ବୋଲିଂ କରିଥିଲେ ନିଜେ କ୍ୟାପଟେନ ଟିମ ସାଉଦି । ରାହୁଲ ସୁପର ଓଭରର ପ୍ରଥମ ୨ଟି ବଲରେ ୧୦ ରନ କରିବା ସହ, ଭାରତର ବିଜୟ ସୁନିଶ୍ଚିତ କରିଥିଲେ ।

ତେବେ ୩ୟ ବଲରୁ ପୁଣି ବଡ ସଟ ଖେଳିବାକୁ ଯାଇ ଆଉଟ ହୋଇଥିଲେ ରାହୁଲ । ଏହାପରେ କ୍ୟାପଟେନ କୋହଲି ୨ରନର ନେଇ ଭାରତକୁ ବିଜୟ ଦ୍ବାର ଦେଶରେ ପହଂଚାଇଥିଲେ । ପରେ ଚୌକା ମାରି ଭାରତକୁ ବିଜୟ ଦେଇଥିଲେ । ଫଳରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୪-୦ରେ ଆଗୁଆ ହୋଇଛି ବିରାଟ ବାହିନୀ । ପୂର୍ବରୁ ନ୍ୟୁଜିଲାଣ୍ଡ ଓପନର ମନ୍ରୋ ୪୭ ବଲରୁ ୬ଚୌକା ଓ ୩ ଛକା ସହାୟତାରେ ୬୪ ରନର ଦମଦାର ଇଂନିସ ଖେଳଥିଲେ । ୱିକେଟ କିପର ୩୯ ବଲରୁ ୫୭ ରନର ବିସ୍କୋରକ ଇଂନିସ ଖେଳିଥିଲେ । ଭେଟେରାନ ରସ ଟେଲର ମଧ୍ୟ ସୈଫର୍ଟଙ୍କ ଭରପୁର ସାଥ ଦେଇଥିଲେ । ମାତ୍ର ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ଭାରତୀୟ ବୋଲର ହାର ମାନିନଥିଲେ । ବୁମ ବୁମ ବୁମରା ୪ ଓଭର ବୋଲିଂ କରି ମାତ୍ର ୨୦ ରନ ବ୍ୟୟରେ ଗୋଟିଏ ୱିକେଟ ହାସଲ କରିଥିଲେ । ଶାର୍ଦ୍ଦୁଳ ଠାକୁର ୨ଟି ଓ ନବଦୀପ ସାଇନିଙ୍କୁ ଗୋଟିଏ ୱିକେଟେ ମିଳିଥିଲା । ପହଂଚାଇ ସାଂଟନର

ପୂର୍ବରୁ ଭାରତୀୟ ଦଳ ମନିଷ ପାଣ୍ଡେଙ୍କ ୫୦ ଓ ଲୋକେଶ ରାହୁଲଙ୍କ ୩୯ ରନ ବଳରେ ୧୬୫ ରନର ଲକ୍ଷ୍ୟ ରଖିଥିଲା । ଭାରତର ୪ ପ୍ରମୁଖ ବ୍ୟାଟ୍ସମ୍ୟାନ କ୍ୟାପଟେନ ବିରାଟ କୋହଲି, ଶ୍ରେୟସ ଆୟର, ଶିବମ ଦୁବେ ଓ ସଞ୍ଜୁ ସାମସନ ଶୀଘ୍ର ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ବୋଲର ୱେଲିଂଟନ ପିଚରେ ଶାଣିତ ବୋଲିଂ କରିଥିଲେ । ସ୍ପିନର ଇସ ଶୋଧି ୩ଟି ଓ ହାମିସ ବେନ୍ନଟ ୨ଟି ୱିକେଟ ହାସଲ କରିଥିଲେ । ୱିଲିୟମସନଙ୍କ ସ୍ଥାନରେ କ୍ୟାପଟେନ ଦାଟିତ୍ବ ସମ୍ଭାଳୁଥିବା ହୋଲର ଟିମ ସାଉଦି, ସ୍କଟ କୁଗଲେଜିନ ଓ ମିଚେଲ ସାଂଟନର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।