୫ମ ଟି-୨୦ ମ୍ୟାଚ୍‌: ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ

ନୂଆଦିଲ୍ଲୀ: ୫ମ ଟି-୨୦ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତ ବିଜୟ ହୋଇଛି । ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୬୩ ରନ୍ କରି ବିଜୟ ହେବା ପାଇଁ ୧୬୪ର ଟାର୍ଗେଟ ଦେଇଥିଲା ନ୍ୟୁଜିଲ୍ୟାଣ୍ଡକୁ । ଏହାପରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରିଥିଲା । ମାତ୍ର ନ୍ୟୁଜିଲ୍ୟାଣ୍ଡ ୯ଟି ୱିକେଟରେ ୧୫୬ ରନ୍ କରି ଭାରତ ଆଗରେ ହାର ମାନିଥିଲା । ଫଳରେ ଭାରତ ସିରିଜ୍ ଜିତିପରିଲା ।