ଜୁଲାଇ ୩୧ ଯାଏଁ ବଢ଼ିଲା ଇନକମ୍ ଟାକ୍ସ ରିହାତି ପାଇଁ ନିବେଶ ଦାଖଲର ସମୟ ସୀମା

ନୂଆଦିଲ୍ଲୀ: ଇନକମ୍ ଟାକ୍ସ ରିହାତି ପାଇଁ ନିବେଶ ଦାଖଲର ସମୟ ସୀମା ବୃଦ୍ଧି ହୋଇଛି । ୨୦୧୯-୨୦ ନିବେଶ ଦାଖଲ ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି । ଏନେଇ ଟ୍ୱିଟ ଯୋଗେଁ ଇନକମ ଟ୍ୟାକ୍ସ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମହାମାରୀ କରୋନାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଟପିଲା । ବତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪ହଜାର ୬୪୧କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୭, ୮୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

income-tax-saving-investments-payments-fy-2019-20-extended-to-july-31

୨୪ଘଣ୍ଟାରେ ୧୯ହଜାର ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୬ହଜାର ୯୪୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୩ଲକ୍ଷ ୫୯ହଜାର ୮୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୮୦ହଜାର ୨୯୮ଜଣ ଆକ୍ରାନ୍ତ ଚସିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୦୫୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।