ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ସରକାରୀ ଉଚ୍ଚବିଦ୍ୟାଳୟ, ବଡ଼ଗଡ଼ରେ “ମୋ ସ୍କୁଲ୍” କମିଟି ତରଫରୁ ବିକାଶ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ

ଭୁବନେଶ୍ୱର : ସରକାରୀ ଉଚ୍ଚବିଦ୍ୟାଳୟ, ବଡ଼ଗଡ଼ ରେ “ମୋ ସ୍କୁଲ୍” କମିଟି ତରଫରୁ ନିର୍ମିତ ନୂତନ ଗୃହ, ମଧ୍ୟାହ୍ନ ଭୋଜନ ସ୍ଥଳୀ, ବହୁମୁଖୀ ସାଂସ୍କୃତିକ ମଞ୍ଚ ଓ ଭୋକେସନାଲ୍ ଲାବୋରେଟୋରୀ ( ବୈଷୟିକ ବିଜ୍ଞାନାଗାର )ପ୍ରଭୃତି ବିକାଶ ମୂଳକ କାର୍ଯ୍ୟ ର ଶୁଭ ଉଦ୍ଘାଟନ ସମ୍ମାନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ଆଜି ସଂପନ୍ନ ହୋଇଯାଇଛି।

inauguration of new building by minister ashok panda in baragada govt high school
ଏହି ଉପଲକ୍ଷେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ତରାଇ, ଭୁବନେଶ୍ୱର ମଣ୍ଡଳ ବରିଷ୍ଠ ଶିକ୍ଷା ଅଧିକାରୀ ଶ୍ରୀମତୀ ଡଃ ପ୍ରଜ୍ଞା ପାରମିତା ଜେନା, ସ୍ଥାନୀୟ କର୍ପୋରେଟର ଶ୍ରୀ ଅଜିତ ବେହେରା ଯୋଗଦାନ କରିଥିଲେ।
ମୋ ସ୍କୁଲ୍ କମିଟି ର ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ସଂପାଦକ ତଥା ବିଦ୍ୟାଳୟର ମେଣ୍ଟର
ଶ୍ରୀ ପ୍ରତାପ ଜେନା ଓ ପ୍ରଧାନ ଶିକ୍ଷକ ଶ୍ରୀମତୀ ମନୋଜା ମଞ୍ଜରୀ ସାହୁ ମଞ୍ଚାସୀନ ଥିଲେ।
ବିଦ୍ୟାଳୟ ର ପରିଚାଳନା କମିଟି ସଭ୍ୟମାନଙ୍କ ସ‌ହିତ ଅନେକ ଅଭିଭାବକ, ବଡ଼ଗଡ଼ ଗ୍ରାମର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
ଅତିଥିଗଣ ସମସ୍ତେ ବିଦ୍ୟାଳୟରେ ସଂଘଟିତ ରୂପାନ୍ତରଣ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ ଓ ଭବିଷ୍ୟତରେ ଏ‌‌ହି ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।