ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖଣ୍ଡଗିରି ଅଂଚଳରେ ନିର୍ମାଣ କରାଯାଇଥିବା ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। । ନବନିର୍ମାଣ ଗାନ୍ଧୀ ଶାନ୍ତି କେନ୍ଦ୍ରରେ ରହିଛି ଛୋଟ ବଡ ଅନେକ କୋଠରୀ । ଯେଉଁଥିରେ ଗାନ୍ଧୀଙ୍କ ନିତ୍ୟ ବ୍ୟବହାର ସାମଗ୍ରୀ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ପରେ ସମସ୍ତ କୋଠରୀ ବୁଲି ଦେଖିଥିଲେ । ଅହିଂସା ପ୍ରଦର୍ଶିକା, ଏକବିଂଶ ଶତାଦ୍ଦୀର ମହାତ୍ମା, ମହାତ୍ମାରୁ ବାପୁ, ମୋହନଦାସରୁ ମହାତ୍ମା, ଗାନ୍ଧୀ ଆଦର୍ଶ, ପ୍ରେରଣା ଦାୟକ ଏବଂ ଚିରନ୍ତନ ଗାନ୍ଧୀ ଭଣ୍ଡାର ଆଦି ଏଠାରେ ରହିଛି । ମଙ୍ଗଳବାରଠାରୁ ରବିବାର  ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ, ଯାହା ଫଳରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିଭିନ୍ନ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଏଠାକୁ ଆସି ବୁଲିପାରିବେ ।

ରାଜ୍ୟ ସରକାର ଏବଂ ଆଦିତ୍ୟ ବିର୍ଲା କମ୍ପାନୀର ମିଳିତ ସହାୟତାରେ ନିର୍ମାଣ ହୋଇଛି ଏହି ଗାନ୍ଧୀ ଶାନ୍ତି କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିବାବେଳେ ଆଦିତ୍ୟ ବିର୍ଲା ଉପସ୍ଥିତ ରହିଥିଲେ ।