ପୁଣି ଷଡଯନ୍ତ୍ର ରଚୁଛି ପାକିସ୍ତାନ

ନୂଆଦିଲ୍ଲୀ:ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସତରେ ନହେଲେ ବି ସୋସିଆଲ ମିଡ଼ିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଉଭୟ ଦେଶ ତରଫରୁ ଉତ୍ତେଜକ ଭିଡ଼ିଓ ଅପଲୋଡ଼୍ କରାଯାଇଛି । ଭିଡ଼ିଓ ମାଧ୍ୟମରେ ଉଭୟ ଉଭୟ ଦେଶପ୍ରତି ଥିବା କ୍ରୋଧ ସ୍ପଷ୍ଟ ନଜର ଆସୁଛଇ । ଏହାରି ଭିତରେ ପାକିସ୍ତାନ ଭାରତ ବିରୋଧରେ ପୁଣି ନୂଆ ଷଡ଼ଯନ୍ତ୍ର ରଚୁଛି । ପାକିସ୍ତାନ ଭାରତୀୟ ମୋବାଇଲ ନମ୍ବରକୁ କଲ କରି ହ୍ୱାଟସଆପ୍ ଗ୍ରୁପ ତିଆରି କିରବା ପାଇଁ କହୁଛି । ହ୍ୱାଟସଆପ୍ ଗ୍ରୁପ ତିଆରି କରି ଟଙ୍କା ବଂଟା ଯାଉଛି । ଲୁଧିଆନ ପୋଲିସ ଏପରି ଏକ ଅଭିଯୋଗ ପରେ ଛାନଭିନ୍ ଆରମ୍ଭ କରିଛି ।ସୂଚନା ଅନୁସାରେ କିଛି ପାକିସ୍ତାନୀ ଭାରତୀୟ ନମ୍ବରକୁ କଲ୍ କରୁଛନ୍ତି । ଏଥିପାଇଁ ଟଙ୍କା ଆୟ କରିବାର ଲୋଭ ଦେଖାଉଛନ୍ତି । ହ୍ୱାଟସଆପ୍ ଗ୍ରୁପ୍ ତିଆରି କରିବା ପାଇଁ କୁହାଯାଉଛି । ଆଉ ସେଠାରେ ଅସାମାଜିକ ତଥା ଉତ୍ତେଜିତ କଲା ଭଳି ଓ ଭାରତୀୟଙ୍କ ଗାଳି କରିବା ଭଳି ଭିଡ଼ିଓ ଓ ପୋଷ୍ଟ ଅପଲୋଡ଼୍ କରିବା ପାଇଁ କୁହାଯାଉଛି । ଏଥିପାଇଁ ଲୋକଙ୍କୁ ମୋଟା ଅଙ୍କର ଟଙ୍କା ଦେବାପାଇଁ ମଧ୍ୟ ଲୋଭାନ୍ୱିତ କରାଯାଉଛି । ସୂଚନା ଅନୁସାରେ ଲୁଧିଆର ଜଣେ ସ୍ଥାନୀୟ ବ୍ୟକ୍ତି ରାକେଶ ପାଖକୁ ହ୍ୱାଟସଆପ୍ ଗ୍ରୁପ ତିଆରି କରିବା ପାଇଁ ପାକିସ୍ତାନରୁ କଲ ଆସିଥିଲା । ଗ୍ରୁପ ତିଆରି କରିବା ପରେ ଦିଲ୍ଲୀରୁ ଟଙ୍କା ମିଳିବ ବୋଲି କୁହାଯାଇଥିଲ । ଏହାରି ଭିତରେ ରାକେଶଙ୍କ ହ୍ୱାଟସଆପୁକୁ ଦୁଇଥର ଫୋନ ଆସିସାରିଛି । ତେବେ ରାକେଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏପେ ଛାନଭିନ୍ କରୁଛି ।