ଉତ୍ତରାଖଣ୍ଡରେ ବିଜେପି ମାରିଲା ବାଜି

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବା ଏକପ୍ରକାର ସ୍ପଷ୍ଟ ହେବାରେ ଲାଗିଛି । ହେଲେ ଆଶ୍ଚର୍ଯ୍ୟର କଥା ଯେ ଦଳ ରାଜ୍ୟରେ ବହୁମତ ହାସଲ କରିବାକୁ ଯାଉଥିବା ବେଳେ ଦଳର ମଙ୍ଗ ଧରିଥିବା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ପରାଜିତ ହୋଇଛନ୍ତି ।

ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭୂବନ ଚନ୍ଦ କାପାଡୀଙ୍କ ଠାରୁ ପାଖା ପାଖି ୭ ହଜାର ଭୋଟରେ ପରାସ୍ତ ହୋଇଛନ୍ତି ।

ପୁଷ୍ମରସିଂ ଧାମୀଙ୍କୁ ପରାଜିତ କରିଥିବା କଂଗ୍ରେସର ଯୁବନେତା ତଥା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂବନ ଚନ୍ଦ କପାଡି ଏହା ପୂର୍ବ ବିଧାନସଭା ନିର୍ବଚନରେ ବି ଧାମୀଙ୍କୁ କଡା ଟକ୍କର ଦେଇଥିଲେ । ୨୦୧୭ ନିର୍ବାଚନରେ କପାଡି ଧାମୀଙ୍କ ଠାରୁ ମାତ୍ର ୨୭୦୦ ଭୋଟରେ ପରାଜିତ ହୋଇଥିଲେ ।