ସୀମାରେ ଆତଙ୍କବାଦୀ ପ୍ରବେଶ କରିଥିବା ସନ୍ଦେହ, ଆଜି ୫୨ଟି ସ୍କୁଲ ବନ୍ଦ

ଜମ୍ମୁ ଓ କଶ୍ମୀର:ଜମ୍ମୁ ଓ କଶ୍ମୀର କଠୁଆ ଜିଲ୍ଲାକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାରେ ଦୁଇ ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି । ଫଳରେ ଗତକାଲି ରାତି ତମାମ ଜୋରଦାର ସର୍ଚ୍ଚ ଅପରେସନ୍‌ କରାଯାଇଛି । ତେଣୁ ଶୁକ୍ରବାର ହୀରାନଗରରୁ ପାଞ୍ଚ କିଲୋମିଟର ପରିସରରେ ଆସୁଥିବା ୫୨ ସ୍କୁଲକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଦୁଇରୁ ତିନି ଜଣ ଆତଙ୍କବାଦୀ ଏଲ୍‌ଓସି ଦେଇ ଭାରତକୁ ପ୍ରବେଶ କରିଥିବା ଗୁଇନ୍ଦ ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ସେଠାରେ ଗୁରୁବାର ବିଳମ୍ବିତ ରାତି ଯାଏଁ ସର୍ଚ୍ଚ ଅପରେସନ ସେନା ପକ୍ଷରୁ କରାଯାଇଛି । ଜଣେ ସ୍ଥାନୀୟ ଲୋକ ମଧ୍ୟ ସନ୍ଦେହ ଘେରକୁ ଆସିଥିବାରୁ ତାକୁ ଯାଞ୍ଜ କରାଯାଇଛି । ସେ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ସନ୍ଦେହ କରାଯାଉଛି । ଏହା ସହିତ ଶୁକ୍ରବାର ହୀରାନଗରରୁ ପାଞ୍ଚ କିଲୋମିଟର ପରିସରରେ ଆସୁଥିବା ୫୨ ସ୍କୁଲକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଏହା ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ କଟୁଆରେ ପୋଲିସ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଭର୍ତ୍ତି ଏକ ଟ୍ରକ୍‌କୁ ଜବତ କରିଥିଲା । ଆତଙ୍କବାଦୀଙ୍କଠାରୁ ୪ଟି ଏକେ-୫୬, ୨ଟି ଏକେ-୪୭ ଓ ୬ଟି ମାଗାଜିନ ଜବତ କରାଯାଇଥିଲା । ଏହା ସହିତ ଟ୍ରକରୁ ୧୮୦ କ୍ୟାଟ୍ରିସ୍‌ ମଧ୍ୟ ମିଳିଥିଲା । ଏମାନଙ୍କୁ ପଞ୍ଜାମ ଓ ଜାମ୍ମୁ ସୀମା ଲଖନପୁର ଅଂଚଳରୁ ଗିରଫ କରାଯାଇଥିଲା ।