ଡିସେମ୍ବର ସୁଦ୍ଧା ଭାରତକୁ ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ୧୦ କୋଟି ଖୋରାକ ଭାରତକୁ ମିଳିବ

ନୂଆଦିଲ୍ଲୀ:  ସେରମ୍ ଇନଷ୍ଟିଚ୍ୟୁଟ୍ ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ୧୦ କୋଟି ଖୋରାକ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛି ଆଷ୍ଟ୍ରାଜେନେକା। ଯଦି ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦର୍ଶାଏ ଯେ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ଏବଂ ଏହା କରୋନା ଭୂତାଣୁଠାରୁ ସୁରକ୍ଷା ଦେଉଛି, ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଡିସେମ୍ବର ସୁଦ୍ଧା ୧୦କୋଟି ଟିକା ଯୋଗାଇ ପାରିବ। ଟିକାର ଚୂଡ଼ାନ୍ତ ପରୀକ୍ଷଣ ସଫଳ ହେଲେ ନୂଆଦିଲ୍ଲୀରୁ ଏକ ବିଲିୟନ ଟିକା ଉତ୍ପାଦନ ପାଇଁ ଜରୁରୀକାଳୀନ ଅନୁମତି ମିଳିପାରେ ବୋଲି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କହିଛନ୍ତି।
ତେବେ ଏହି ଯୋଜନାର ସଫଳତା ପରୀକ୍ଷା ରିପୋର୍ଟ ଉପରେ ନିର୍ଭର କରୁଛି। ପୂର୍ବରୁ ଆଷ୍ଟ୍ରାଜେନେକାର ଟିକାକୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ଏବେ ଏହାକୁ ଉପଳବ୍ଧ କରାଇବା ପୂର୍ବରୁ ଭଲ ଭାବରେ ପରୀକ୍ଷା କରାଯାଉଛି। ଥରେ ପରୀକ୍ଷଣ ସଫଳ ହେବା ପରେ ତୁରନ୍ତ ଏହାର ଉତ୍ପାଦନ ଆରମ୍ଭ ହେବ। ଅନ୍ୟ ପକ୍ଷରେ କୋଭିଡ ଟିକା ପ୍ରସ୍ତୁତି କ୍ଷେତ୍ରରେ ସଫଳତା ଦାବି କରିଥିବା ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍’ର ଟିକାରେ ଥିବା କେତେକ ତ୍ରୁଟି ସାମନାକୁ ଆସିଛି । ପରୀକ୍ଷଣ ବେଳେ ଏହି ଟିକା ଦିଆଯାଇଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ମୁଣ୍ଡବିନ୍ଧା ହେବା, ମୁଣ୍ଡ ଓଜନିଆ ଲାଗିବା, ମାଂସପେଶୀ ଦରଜ ହେବା ଓ ଜ୍ବର ଆଦି ଦେଖାଯାଉଛି । ବ୍ରିଟିସ ଖବରକାଗଜ ଡେଲି ମେଲରେ ପ୍ରକାଶିତ ତଥ୍ୟ ଅନୁସାରେ ୬ଟି ଦେଶରେ ପ୍ରାୟ ୪୩,୫୦୦ ଲୋକଙ୍କ ଶରୀରରେ ଏହି ଟିକାର ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ ପ୍ରାର୍ଶ୍ବ ପ୍ରତିକ୍ରିୟା ଦେଖାଇଛି । ଏହା ଫଳରେ ଏହି ଟିକାକୁ ନେଇ ସାରା ବିଶ୍ବରେ ଦେଖାଯାଇଥିବା ଆଶା ନିରାଶାରେ ପରିଣତ ହୋଇଛି ।

in December this year India get 100 million astrazenika covid-19 vaccine