ଓଡିଶାରେ ଲକ୍ଷେ ଟପିଲା କରୋନା ସୁସ୍ଥ; କୋଭିଡ ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଏହି ପାଇଁ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ମଙ୍ଗଳବାର ଦିନ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, କୋଭିଡ-୧୯ ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରହିଛି। ଓଡିଶାରେ କରୋନା ସୁସ୍ଥଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ଏଥିପାଇଁ ହଜାର ହଜାର ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କ  ବହୁ ଅବଦାନ ରହିଛି। କରୋନା ଆକ୍ରାନ୍ତଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସେମାନେ ନିରନ୍ତର କାମ କରି ଚାଲିଛିନ୍ତି। ତେଣୁ ସେମାନଙ୍କୁ ଅଶେଷ ଧନ୍ୟବାଦ ।

ସୋମବାର ସୁଦ୍ଧା ଓଡିଶାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୨୭୮୯୨ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୯୩୮୯ । ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ୩୪୯୦ଟି ନୂଆ ମାମଲା ଚିହ୍ନଟ ହୋଇଛି | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାରର କୌଣସି ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ହୋଇନାହିଁ।

ବର୍ତ୍ତମାନ ରାଜ୍ୟରେ ସୁସ୍ଥତା ର ହାର ୭୫ ପ୍ରତିଶତ ରୁ ଅଧିକ ରହୁଥିବା ବେଳେ ମୃତ ହାର ରହିଛି ୦.୪୩ ପ୍ରତିଶତ । କିନ୍ତୁ ରାଜ୍ୟ ର ପ୍ରମୁଖ ଖୋର୍ଦ୍ଧା ଓ କଟକ ରେ କରୋନା ର କାୟା ବିସ୍ତାର ସରକାରଙ୍କୁ ଚିନ୍ତା ରେ ପକାଇଛି ।