ଭାରତକୁ ଧମକ ଦେଲା ପାକ୍

ନୂଆଦିଲ୍ଲୀ: ଭାରତକୁ ପାକିସ୍ତାନ ଧମକ ଦେଇଛି । ତେବେ ଏହି ଧମକ ପ୍ରଧାନମନ୍ତ୍ରୀ ଦେଇଛନ୍ତି । କଥା ହେଉଛି ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ପ୍ରେସ୍ମିଟ୍ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଆକ୍ରମଣ ପଛରେ ପାକିସ୍ତାନର କୌଣସି ହାତ ନାହିଁ । ମିଥ୍ୟାରେ ଭାରତ ଆମ ଦେଶ ଉପରେ ଆରୋପ ଲଗାଉଛି । ତେବେ ପାକିସ୍ତାନ ଉପରେ ଯଦି ଭାରତ ଆକ୍ରମଣ କରେ ତେବେ ଏହାର ଜବାବ ଦେବାକୁ ପ୍ରସ୍ତୁତ ଅଛୁ । ଏଥିସହିତ ଆତଙ୍କବାଦୀ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଜବାବ ଦେଇ ଇମ୍ରାନ୍ କହିଛନ୍ତି ଯେ, ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପର ସମସ୍ତ ଯାଂଚ କରିବାକୁ ପ୍ରସ୍ତୁତ ଅଛ ପାକିସ୍ତାନ । କାରଣ ଯୁଦ୍ଧ କରିବା ସହଜ ମାତ୍ର ଶେଷ କରିବା କାହା ହାତରେ ନାହିଁ ବୋଲି କହିଛନ୍ତି ଇମ୍ରାନ୍ । ଆତଙ୍କବାଦୀ ଯୋଗୁଁ ବିଶ୍ୱ ଦରବାରରେ ପାକିସ୍ତାନର ନାମ ଖରାପ ହେଉଛି ।