ଟ୍ରୋଲ ହେଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ

ନୂଆଦିଲ୍ଲୀ :କାଶ୍ମୀରକୁ ନେଇ ପାକିସ୍ତାନକୁ ସବୁଆଡୁ ନିରାଶ ହୋଇ ଫେରିବାକୁ ପଡୁଛି। ବୈଶ୍ଵିକ ସ୍ତରରେ ଏହି ପ୍ରସଙ୍ଗ ଉଠାଇଲେ ମଧ୍ୟ ଚୀନ ବ୍ୟତୀତ ଅନ୍ୟ କୌଣସୀ ରାଷ୍ଟ୍ର ପାକିସ୍ତାନର ଗୁହାରୀ ଶୁଣୁ ନାହାଁନ୍ତି। ଅନ୍ୟ ସମସ୍ତ ରାଷ୍ଟ୍ର ଭାରତ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଏହାକୁ ଦ୍ଵିପାକ୍ଷିକ ପ୍ରସଙ୍ଗ ବୋଲି ପାକିସ୍ତାନକୁ କହୁଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ସବୁଠାରେ ହାସ୍ୟଷ୍ପଦ ହୋଇ ନିରାଶ ହୋଇ ଫେରୁଥିବା ବେଳେ ତାଙ୍କର ବୈଦେଶିକ ମନ୍ତ୍ରୀ ମହମ୍ମୁଦ କୁରୈଶୀ ଏହି ସତ୍ୟତାକୁ ଗ୍ରହଣ କରି ପାରୁ ନାହାଁନ୍ତି। ସେ ବାରମ୍ବାର ଫମ୍ପା ମାଠିଆର ଶବ୍ଦ ବେଶୀ ଭଳି ଯୁଦ୍ଧ ଧମକ ଦେଇ ଗର୍ଜି ଚାଲିଛନ୍ତି। ସେହି ସମୟରେ ଇମରାନ ଖାନ କାଶ୍ମୀର ପ୍ରସଙ୍ଗ ମିଳିତ ଜାତିସଙ୍ଘରେ ଉଠାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରୁ ମଧ୍ୟ ପାକିସ୍ତାନକୁ ନିରାଶ ହୋଇ ଫେରିବାକୁ ପଡିଥିଲା। କିନ୍ତୁ ପାକିସ୍ତାନ ଏହି ସତ୍ୟକୁ ଗ୍ରହଣ କରି ନପାରି ମିଥ୍ୟା ଉପରେ ମିଥ୍ୟା କହିଵାରେ ଲାଗି ପଡିଥିଲା। 

ଇମରାନ କହିଥିଲେ କି, ମିଳିତ ଜାତିସଙ୍ଘରେ ପାକିସ୍ତାନକୁ କାଶ୍ମୀର ପ୍ରସଙ୍ଗରେ ୫୮ଟି ରାଷ୍ଟ୍ରଙ୍କର ସମର୍ଥନ ପାଇଁ ଧନ୍ୟବାଦ। ତେବେ କଥା ଉଠୁଛି କି, ମିଳିତ ଜାତିସଙ୍ଘରେ ଯଦି ୪୭ଟି ଦେଶ ସଦସ୍ୟ ଅଛନ୍ତି ତେବେ ଇମରାନଙ୍କୁ ୫୮ଟି ଦେଶ ସମର୍ଥନ କଲେ କିପରି।  

ଇମରାନ ଖାନ ଗତକାଲି ଏକ ଟ୍ଵିଟ୍ କରିଥିଲେ କି, ମୁଁ ସେହି ୫୮ଦେଶକୁ ଧନ୍ୟବାଦ ଜ୍ଞାପନ କରୁଛି ଯେଉଁମାନେ ସେପ୍ଟେମ୍ବର ୧୦ରେ ମିଳିତ ଜାତିସଙ୍ଘରେ ପାକିସ୍ତାନର ସମର୍ଥନ କରିଛନ୍ତି ଏବଂ ଦାବୀ କରିଛନ୍ତି କି, ଭାରତ କାଶ୍ମୀରରେ ବଳ ପ୍ରୟୋଗ କରିବା ବନ୍ଦ କରୁ, ପ୍ରତିବନ୍ଧକ ହଟାଉ, କାଶ୍ମୀରବାସୀଙ୍କ ଅଧୀକାର ରକ୍ଷା ହେବା ପାଇଁ ମିଳିତ ଜାତିସଙ୍ଘରେ ଏକ ସମାଧାନ ହେଉ। ତେବେ ଏହି ଟ୍ଵିଟ୍ ପରେ ସୋସିଆଲ ମିଡିଆରେ ୟୁଜରମାନେ ଏହାକୁ କଟାକ୍ଷ କରିବା ଆରମ୍ଭ କରି ଦେଇଥିଲେ। ଏନେଇ ୟୁଜରମାନେ ପ୍ରଶ୍ନ କରିଛନ୍ତି କି, ଅନ୍ୟ ୧୧ଟି ରାଷ୍ଟ୍ର କେଉଁଠାରୁ ଉତ୍ପନ୍ନ ହେଲେ। କଣ ଏହି ୫୮ ରାଷ୍ଟ୍ର ତାଲିକାରେ ବେଲୁଚିସ୍ତାନ, ସିନ୍ଧୁଦେଶ ଏବଂ ପସ୍ତୁନୀସ୍ତାନ ମଧ୍ୟ ଅଛନ୍ତି। କାରଣ ମିଳିତ ଜାତିସଙ୍ଘରେ ତ କେବଳ ୪୭ ରାଷ୍ଟ୍ର ସଦସ୍ୟ ଅଛନ୍ତି। 

ସବୁଠାରୁ କୌତୁହଳର କଥା ଏହିକି ଯେ ଜଣେ ୟୁଜର ଲେଖିଛନ୍ତି କି, ପାକିସ୍ତାନ ଏବେ ବୈଜ୍ଞାନିକ ହୋଇ ଗଲାଣି। ନଚେତ୍ ଅଚାନକ ୧୧ଟି ଦେଶ କେଉଁଠାରୁ ସୃଷ୍ଟି ହେବେ। ପାକିସ୍ତାନର ନେତୃତ୍ଵକୁ ସଲାମ। ପାକିସ୍ତାନର ଏହି ଭୁଲକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ମଧ୍ୟ ବର୍ଷିଛନ୍ତି।