କାଶ୍ମୀର ପ୍ରସଙ୍ଗକୁ ନେଇ ବିଷ ଓଗାଳିଲେ ଇମ୍ରାନ

ଇସଲାମାବାଦ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦୁନିଆରେ କାହାର ସମର୍ଥନ ନମିଳିବା ପରେ ବ୍ୟସ୍ତ ବିବ୍ରତ ଇମ୍ରାନ ଖାନ ଏବେ ଟ୍ଵିଟରରେ ବିଳାପ କରୁଛନ୍ତି। ପାକିସ୍ତାନ କ୍ରମାଗତ ସମଗ୍ର ଦୁନିଆର ଧ୍ୟାନ କାଶ୍ମୀର ଉପରେ ଆକର୍ଷିତ କରିବାକୁ ଉଦ୍ୟମ  କରୁଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଟ୍ଵିଟ୍ କରି ସମଗ୍ର ଦୁନିଆର ଦେଶକୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି। ରୁଷ, ଆମେରିକା ଓ ଚୀନ ପରି ଦେଶ ଏଥି ପ୍ରତି ରୁଚି ନଦେଖାଇବାରୁ ବିଚଳିତ ଇମ୍ରାନ ଖାନ ଏବେ ଆରଏସଏସ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ଆରଏସଏସର ନାଜି ବିଚାରଧାରାର ପ୍ରଭାବରେ ଆସି କାଶ୍ମୀରରେ କର୍ଫ୍ୟୁ ପରି ସ୍ଥିତି ରହିଛି।

ଇମ୍ରାନଙ୍କ ଟିପ୍ପଣୀ ଉପରେ ଜବାବ ଦେଇ ବିଜେପି ନେତା ରାମ ମାଧବ କହିଛନ୍ତି ଯେ, ଏଥିରୁ ଜଣା ପଡିଛି ଯେ ସମଗ୍ର ଦୁନିଆରେ ଆତଙ୍କ ପ୍ରସାର କରୁଥିବା ପାକିସ୍ତାନ କେତେ ବିଚଳିତ ଅଛି। ଦୁନିଆ ପାକିସ୍ତାନକୁ ଏକ ଆତଙ୍କୀ ରାଷ୍ଟ୍ର କହୁଛନ୍ତି, ଭାରତରୁ କୌଣସି ଦେଶର ବିପଦ ନାହିଁ। ଆମେ ଜିନ୍ନାଙ୍କ ଦୁଇଟି ରାଷ୍ଟ୍ର ଓ ଶେଖ ଅବଦୁଲ୍ଲାଙ୍କ ତିନି ରାଷ୍ଟ୍ର ସିଦ୍ଧାନ୍ତଙ୍କୁ ସମାପ୍ତ କରି ଦେଇଛୁ। ଇମ୍ରାନଙ୍କୁ ପ୍ରଶ୍ନ କରି ରାମ ମାଧବ କହିଛନ୍ତି ସେ କଣ ପାକିସ୍ତାନରେ ଧାର୍ମିକ ଅତିବାଦୀକୁ ଶେଷ କରିବେ।

କେବଳ ଏତିକି ନୁହେଁ ହତାଶରେ ଡୁବି ରହିଥିବା ଇମ୍ରାନ ଖାନ କହିଛନ୍ତି ଯେ, କାଶ୍ମୀରର ଜନସଂଖ୍ୟାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯାଉଛି। ସେ ସମଗ୍ର ଦୁନିଆର ଦେଶମାନଙ୍କୁ କାଶ୍ମୀର ପ୍ରସଙ୍ଗରେ  ହସ୍ତକ୍ଷେପ କରିବାକୁ ଅପିଲ କରିଛନ୍ତି। କଣ ବିଶ୍ଵ ସମୁଦାୟ ଭାରତକୁ ନେଇ ଚୁପ ରହିବ, ଯେମିତି ହିଟଲରଙ୍କ ନରସଂହାରକୁ ନେଇ ଚୁପ୍ ରହିଥିଲେ।

ଇମ୍ରାନ ଖାନ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ଆରଏସଏସକୁ ଦାୟୀ କରି କହିଛନ୍ତି ଯେ, ଆରଏସଏସର ବିଚାରଧାରା ହିନ୍ଦୁ ଉପରେ ପର୍ଯ୍ୟବେସିତ ଅଟେ। ଉଲ୍ଲେଖଯୋଗ୍ୟ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି। ଜାମ୍ମୁରେ ସ୍କୁଲ-କଲେଜ ମଧ୍ୟ ଖୋଲି ଯାଇଛି। ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କାମ ଆରମ୍ଭ ହୋଇ ଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ବକରିଦକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରିଛନ୍ତି। କାଶ୍ମୀର ବିଷୟରେ ପୂରା ଦୁନିଆରେ ଏକ ଘରିଆ ହେବା ପରେ  ପାକିସ୍ତାନ ଏବେ ଭାରତ ଉପରେ ଅନର୍ଗଳ ଆରୋପ ଲଗାଇବାରେ ଲାଗିଛି।