ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଇମ୍ରାନ୍

ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକ୍ ପରେ ଦମ୍ଭ ଦେଖାଉଥିବା ପାକିସ୍ତାନ ଏବେ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଲୋଚନା ପାଇଁ ଭାରତକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ସ୍ଥିତି ଆହୁରି ଖରାପ ହୁଏ ତାହାକୁ ନାଁ ଇମ୍ରାନ୍ ଖାନ୍ କିମ୍ବା ନରେନ୍ଦ୍ର ମୋଦି କେହି ଅଟକାଇପାରିବେ ନାହିଁ । ଇମ୍ରାନ ଆହୁରି ମଧ୍ୟ କହିଛନ୍ତି କି, ପାକିସ୍ତାନ ହକରେ ନାହିଁ କି ସେମାନଙ୍କର ଜମିର ବ୍ୟବହାର ଆତଙ୍କବାଦୀଙ୍କ ପାଇଁ ଥିବ । ମୁଁ କହିଥିଲି କି, ଆପଣଙ୍କୁ ଜବାବ ଦେବା ଆମର ମଜୁବୁରୀ ହେବ । ଭାରତ ଗତକାଲି ସକାଳେ କାର‌୍ୟ୍ୟାନୁଷ୍ଠାନ ନେଇଛି, ଆମକୁ ଜଣା ହିଁ ପଡିନି କି ପାକିସ୍ତାନରେ କେତେ କ୍ଷୟକ୍ଷତି ଘଟିଛି । ଆଜି ଆମେ ଆକ୍ସନ ନେଇନାହିଁ ବରଂ ଆମେ କେବଳ ଆମର ଶକ୍ତି ଦେଖାଇବାକୁ ଚାହୁଁଥିଲୁ । ଯଦି ଭାରତ ପାକିସ୍ତାନରେ ପ୍ରବେଶ କରିପାରୁଛି ତେବେ ପାକିସ୍ତାନ ବି ଭାରତରେ ପ୍ରବେଶ କରିପାରେ । ଇମ୍ରାନ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ଭାରତର ଦୁଇଟି ବିମାନକୁ ଟାର୍ଗେଟ୍ କରାଯାଇଥିଲା । ଜଣେ ଭାରତୀୟ ପାଇଲଟ ଆମ କଷ୍ଟଡିରେ ଅଛନ୍ତି । ମୁଁ ଭାରତକୁ କହିବାକୁ ଚାହିଁବି କି ଯେତେବି ଯୁଦ୍ଧ ହୋଇଛି ସେଥିରେ ଭୁଲ ରହିଛି । ପାକ୍ ପ୍ରଧାନମନ୍ତ୍ରୀ ଏହି ସମୟରେ ଯୁଦ୍ଧ ଅନେକ ସାରା ଉଦାହରଣ ଦେଇଥିଲେ । ତେବେ ଇମ୍ରାନ କହିଛନ୍ତି କି, ଦୁଇ ଦେଶ ନିକଟରେ ଯେଉଁସବୁ ହତିଆର ରହିଛି , ଯୁଦ୍ଧର ସ୍ଥି କିଭଳି ରହିବ ତାହା କେହି ବି କହିପାରିବେ ନାହିଁ । ନା ଏହା ମୋ ହାତର ରହିବ, ନା ହିଁ ମୋଦିଙ୍କ ହାତରେ ରହିବ । ଇମ୍ରାନ ପୁଣି ଥରେ କହିଛନ୍ତି କି , ପୁଲୱାମା ଆକ୍ରମଣର ଯାଂଚ ପାଇଁ ପାକିସ୍ତାନ ସବୁବେଳେ ପ୍ରସ୍ତୁତ ରହିଛି ।