ଅଭିନନ୍ଦନଙ୍କୁ ଫେରାଇବା ବଦଳରେ ଇମ୍ରାନଙ୍କୁ ନୋବେଲ ଦାବି

ନୂଆଦିଲ୍ଲୀ: ପାଇଲଟ୍ ଅଭିନନ୍ଦନ ଶୁକ୍ରବାର ଭାରତକୁ ଫେରିଛନ୍ତି । ଅନ୍ୟପଟେ ପାଇଲଟ୍ ଅଭିନନ୍ଦନଙ୍କୁ ଛାଡି ପାକିସ୍ତାନ ନୂଆ ଷଡଯନ୍ତ୍ର କରୁଛି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁୁ ନୋବେଲ ପୁରସ୍କାର ପ୍ରଦାନ ଦାବିରେ ପାକିସ୍ତାନ ସଂସଦରେ ପ୍ରସ୍ତାବ ଅଣାଯାଇଛି । ଭାରତ ପାକ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଆଳରେ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଏପରି ପ୍ରସ୍ତାବ ଆଣିଛନ୍ତି । ସେ କହିଛନ୍ତି ଭାରତ ପାକ୍ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ କମ କରିବା ପାଇଁ ଇମ୍ରାନ ଖାନ୍ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି । ତାଙ୍କୁ ନୋବୋଲ ଶାନ୍ତି ପୁରସ୍କାର ମିଳିବା ଉଚିତ । ସୂଚନାଯୋଗ୍ୟ ପାକିସ୍ତାନରେ ଶୁକ୍ରବାର ଦିନ ଠାରୁ #NobelPeacePrizeForImranKhan ଟ୍ରେଣ୍ଡ କରୁଛି । ପୁଲୱାମା ଆକ୍ରମଣ ଚାରିଆଡ଼ୁ ଚାପର ଶିକାର ହେଉଥିବା ପାକିସ୍ତାନ ଏକଘରିଆ ହେବା ଭୟରେ ଏପରି ଚାଲ କରୁଛି । ତେବେ ପାକିସ୍ତାନ ଭାରତର ୱିଙ୍ଗ କମାଣ୍ଡରଙ୍କ ଭିଡ଼ିଓ ମିଡ଼ିଆ ସାମ୍ନାରେ ଉପସ୍ଥାପନ କରିବା ସହ ବିଳମ୍ବରେ ଛାଡ଼ିଥିବା କଥା ନେଇ ଏବେ ଆଲୋଚନା ଜୋର ଧରିଛି । ଅନ୍ୟପଟେ ସାମ୍ନା-ସାମ୍ନି ମୁକାବିଲା କରିବା ପାଇଁ ଅସମର୍ଥନ ଥିବା ପାକିସ୍ତାନ ଏବେ ପଛରୁ ଛୁରା ମାଡ଼ କରିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛି । ତାଜା ଖବର ଅନୁସାରେ ଭାରତୀୟ ଯବାନଙ୍କ ପାଇଁ ଗୋଦାମରେ ରଖାଯାଉଥିବା ରାସନ୍ ସାମଗ୍ରୀରେ ବିଷ ମିଶାଇବାର ଯୋଜନା କରୁଥିବା ଭଳି ଏକ ସାଂଘାତିକ୍ ଖବର ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଆଇଏସଆଇ, ଭାରତୀୟ ଯବାନଙ୍କ ଖାଇବା ସାମଗ୍ରୀରେ ବିଷ ମିଶାଇ, ଏକାଥରରେ ଶହ ଶହ ଯବାନଙ୍କୁ ଜୀବନରୁ ମାରିଦେବାର ଯୋଜନା କରୁଥିବା ଏହି ଖବରରୁ ଜଣାପଡ଼ିଛି ।