ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ
ଭୁବନେଶ୍ୱର : ଭିନ୍ନକ୍ଷମ ସଶକ୍ତିକରଣ ଦିଗରେ ରାଜ୍ୟ ଭିନ୍ନକ୍ଷମ ସୂଚନା ଏବଂ ସମ୍ବଳ କେନ୍ଦ୍ର ‘ସ୍ୱାଭିମାନ’ ସହଭାଗିତାରେ ଇମ୍ପାର ଚାରିଟେବୁଲ ଶାଖା ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ)ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଭିନ୍ନକ୍ଷମମାନଙ୍କୁ ଷ୍ଟାଣ୍ଡିଂ ହ୍ୱିଲଚେୟାର ଏବଂ ଲାପ୍ଟପ୍ ବଣ୍ଟନ କରାଯାଇଛି ।
କୋଭିଡ-୧୯ ନିୟମାବଳୀ ବଜାୟ ରଖି ଭୁବନେଶ୍ୱରସ୍ଥିତ ଇମ୍ପା ବିଲ୍ଡିଂର ଏଜିଏମ୍ ହଲଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଏହି ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ସୁଲୋଚନା ଦାସ, ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ କମିଶନର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀମତୀ ପାରମିତା ପଣ୍ଡା, ଇମ୍ପାକ୍ଟର ଟ୍ରଷ୍ଟି ତଥା ୟୁଏମ୍ଏସ୍ଏଲର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ସ୍ୱାଭିମାନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଶ୍ରୁତି ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ଉତ୍ସାହିତ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ ।
ଗତ ୧୦ ବର୍ଷ ଧରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନରେ ଶ୍ରୀମତୀ ପଣ୍ଡାଙ୍କର ନିରନ୍ତର ପ୍ରୟାସ ପାଇଁ ଡଃ ମହାପାତ୍ର ତାଙ୍କୁ ପ୍ରଂଶସା କରିଥିଲେ । ଭିନ୍ନକ୍ଷମଙ୍କ ପାଇଁ ଷ୍ଟାଣ୍ଡିଂ ହ୍ୱିଲଚେୟାର ଏବଂ ଲାପ୍ଟପ୍ ଭଳି ଅନ୍ୟାନ୍ୟ ଶିକ୍ଷାଭିତ୍ତିକ ଉପକରଣଗୁଡ଼ିକର ଆବଶ୍ୟକତା ଉପରେ ଡଃ ମହାପାତ୍ର ଆଲୋକପାତ କରିଥିଲେ । ଶ୍ରୀମତୀ ପଣ୍ଡା ଭିନ୍ନକ୍ଷମ ଛାତ୍ରମାନଙ୍କୁ ନିଷ୍ଠାର ସହିତ ଶିକ୍ଷା ଜାରି ରଖିବାକୁ ଉତ୍ସାହିତ କରିବା ସହ ପରିବାର ତଥା ଦେଶର ସମ୍ବଳ ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡ଼ାବିତ୍ମାନଙ୍କୁ କଠିନ ପରିଶ୍ରମ କରିବାକୁ ଏବଂ ଓଡ଼ିଶା ତଥା ଭାରତକୁ ପୁରସ୍କାର ଆଣିବାକୁ ମଧ୍ୟ ପ୍ରେରଣା ଦେଇଥିଲେ ।
ଏହି ଅବସରରେ ଶ୍ରୀମତୀ ସୁଲୋଚନା ଦାସ ଭିନ୍ନକ୍ଷମଙ୍କ ସଶକ୍ତିକରଣ ତଥା ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ କହିଥିଲେ । ଏହି ଦିଗରେ ଏସ୍ସିପିଡି କାର୍ଯ୍ୟାଳୟ ଦ୍ୱାରା ନିଆଯାଉଥିବା କାର୍ଯ୍ୟକଳାପ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ ।
ଏହାପରେ ଶ୍ରୀମତୀ ପଣ୍ଡା ଏବଂ ଡଃ ମହାପାତ୍ରଙ୍କ ସେ ୫ ଜଣ ଭିନ୍ନକ୍ଷମ ଯୋଗ୍ୟ ହିତାଧିକାରୀଙ୍କୁ ଆଇଆଇଟିର ଇନ୍କ୍ୟୁବେସନ ଲାବ୍ରେ ବିକଶିତ ଷ୍ଟାଣ୍ଡିଂ ହ୍ୱିଲଚେୟାର ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍ଟପ୍ ବଣ୍ଟନ କରିଥିଲେ । ସେ ଓଡ଼ିଶାର ପ୍ରଥମ ଭିନ୍ନକ୍ଷମ ମାରାଥନ ରନର୍ ତଥା ମେରୁଦଣ୍ଡରେ ଆଘାତପ୍ରାପ୍ତ ପୁରୀ ଜିଲାର ଶ୍ରୀ କମଳାକାନ୍ତ ନାୟକ ଏବଂ ଓଡ଼ିଶାର ପ୍ରଥମ ହ୍ୱିଲଚେୟାର ଟେନିସ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭା ପରିଶେଷରେ ଶ୍ରୀ କିଶୋର ମହାନ୍ତି, ଇମ୍ଫା, କର୍ପୋରେଟ ଆଫାୟର୍ସ ବିଭାଗ ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।