ଅଲମ୍ପିୟାନ ଲିଲିମା ମିଞ୍ଜିଙ୍କୁ ମିଳିବ ଅକଲବ୍ୟ ପୁରଷ୍କାର

ଭୁବନେଶ୍ବର : ଅଲମ୍ପିୟାନ ଲିଲିମା ମିଞ୍ଜିଙ୍କୁ ମିଳିବ ଅକଲବ୍ୟ ପୁରଷ୍କାର । ପୁରଷ୍କାର ବାବଦରେ ଲିଲିମାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଇମ୍ପାକ୍ଟ ପକ୍ଷରୁ ଏହି ଘୋ,ଣା କରାଯାଇଛି । ଏହା ସହ ଅନ୍ୟ ଦୁଇ ଖେଳାଳିଙ୍କୁ ମଧ୍ୟ ସାଇଟେସନ ପୁରଷ୍କାର ଦିଆଯିବ ବୋଲି ଗୋଷଣା କରାଯାଇଛି ।

୨୪ ବର୍ଷିୟ ଲିଲିମା କ୍ରୀଡା ଛାତ୍ରାବାସ ପାନପୋଷରୁ ତାଲିମ ନେବା ପରେ ୨୦୧୧ରେ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଥିଲେ । ୨୦୧୩ ବିଶ୍ୱକପରେ ବ୍ରୋଞ୍ଜ ପଦକ ଦାସଲ କରିଥିବା ଜୁନିଅର ମହିଳା ହକି ଟିମରେ ମଧ୍ୟ ସେ ସଦସ୍ୟ ରହିଥିଲେ । ଏହା ସହ ୨୦୧୬ରେ ଆୟୋଜିତ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ସେ ଭାଗ ନେଇଥିଲେ ।

ଏହା ସହ କ୍ରୀଡାବିତ ଝିିଲି ଦଳବେହେରା ଏବଂ ଋତୁପର୍ଣ୍ଣା ପଣ୍ଡାଙ୍କୁ ସାଇଟେସନ ପୁରସ୍କାରରେ ପୁରସ୍କୃତ କରାଯିବ । ଏହି ଦୁଇ ବିଜେତାଙ୍କୁ ଖେଳାଳି ପିଛା ୫୦ହଜାର ଟଙ୍କା ଲେଖାଏଁ ରାଶି ଦିଆଯିବ ।