ମହାଗିରି ଖଣି ଅଞ୍ଝଳରେ ଇମ୍ଫାର ପିଟ୍ ହେଡ୍ କମ୍ପେ୍ଲକ୍ସ୍ ଉଦଘାଟିତ

ଭୂବନେଶ୍ୱର :   ମହାଗିରି ଖଣି ଅଞ୍ଝଳରେ ନୂତନ ନିର୍ମିତ ପିଟ୍ ହେଡ୍‌ କମ୍ପେ୍ଲକ୍ସ୍‌କୁ ଇମ୍ଫାର ମୂଖ୍ୟ ପରି∙ଳକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଇଣ୍ଟରନେଟ୍ ମାଧ୍ୟମରେ ଉଦଘାଟନ କରିଥିଲେ । ଉପ ସଭାପତ (ଖଣି), ଶ୍ରୀ ସୁଧାଂଶୁ ପଟନୀଙ୍କ ସ୍ୱାଗତ ଭାଷଣ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଖଣି ବିଭାଗର ମୂଖ୍ୟ ଶ୍ରୀ ସଞ୍ଜୀବ ଦାସ ମଧ୍ୟ ପ୍ରାରମ୍ଭିକ ଉଦ୍‌ବୋଧନ ଦେଇଥିଲେ । ସୁକିନ୍ଦା ଖଣି ଉପତ୍ୟକାଠାରେ ଏହିପରି ଏକ କାର୍ଯ୍ୟାଳୟ ପ୍ରଥମଥର ପାଇଁ ନିର୍ମିତ ହୋଇଛି ।
କର୍ମ∙ରୀମାନଙ୍କ ସ୍ୱାସ୍ଥ୍ୟ ଓ ହିତକୁ ଆଖିରେ ରଖି ଏଥିରେ ଆଧୁନିକ ପ୍ରଖ୍ୟାଳନ, ସୌଚ, ଅତିଥି ପ୍ରକୋଷ୍ଠ, ଲକର୍ ସୁବିଧା, ପ୍ରାଥମିକ ଚିକିତ୍ସା, ସଭା କକ୍ଷ, କ୍ୟାପ ଲାମ୍ପ୍ ପ୍ରକୋଷ୍ଠ ଈତ୍ୟାଦିର ବନ୍ଦୋବସ୍ତ କରାଯାଇଛି ।
ଏହି ଅବସରରେ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଲେଯେ ଉତ୍ପାଦକତା ଓ ଗୁଣବକ୍ସାର ଅଭିବୃଦ୍ଧିକୁ ଧ୍ୟାନରେ ରଖି ସମସ୍ତେ ଦଳଗତ ମନୋଭାବ ନେଇ କାର୍ଯ୍ୟକରିବା ଆବଶ୍ୟକ। ଶିଳ୍ପ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାକୁ ରୋକିବା ପାଇଁ ପରି∙ଳନାର ନିରନ୍ତର ପ୍ରୟାସ ଉପରେ, ସେ ଗୁରୂତ୍ୱାରୋପ କରିଥିଲେ । ବର୍ଷସାରା ଆମ ସମସ୍ତଙ୍କ ଉପରେ ନିରବଛିନ୍ନ ଆଶୀର୍ବାଦ ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ । ସେ ସମସ୍ତ କର୍ମ∙ରୀଙ୍କୁ ଅଭିନନ୍ଦନ ଜଣାଇବାସହ ଶୁଭେଚ୍ଛା ଜଣାଇଛନ୍ତି । ଜେନେରାଲ୍ ମ୍ୟାନେଜର (ଖଣି), ଶ୍ରୀ ଲଲାଟେନ୍ଦୁ ମହାପାତ୍ରଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା ।