ବେଆଇନ ଉଡାଣ ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକ୍ୟାପଟର ସିଜ

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍କୁ ପୁଲିସ୍ ଜବତ କରିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ତାଙ୍କର ଏହି ହେଲିକପ୍ଟର ସହ ହ୍ୟାଙ୍ଗର୍କୁ ମଧ୍ୟ ଜବତ କରାଯାଇଛି । ଚିଲିକା ପକ୍ଷୀ ଅଭୟରଣ୍ୟର ପରିବେଶ-ସମ୍ବେଦନଶୀଳ ନୋ- ଫ୍ଲାଇଙ୍ଗ୍ ଜୋନ୍ରେ ବିମାନ ଉଡ଼ାଇବା ଅଭିଯୋଗରେ ତାଙ୍କର ହେଲିକପ୍ଟର ଜବତ କରାଯାଇଛି ବୋଲି ଶ୍ରୀ ପଣ୍ଡା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ପୁରୀରୁ ଏସ୍ପି ସାର୍ଥକ ଷଡ଼ଙ୍ଗୀ ଆସି ଜବତ କରିଛନ୍ତି । ହେଲିକପ୍ଟର ଜବତ ପରେ ଏହାକୁ ହ୍ୟାଙ୍ଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ ଜିମାରେ ଦିଆଯାଇଛି । ଏ ସଂପର୍କରେ ଏସ୍ପି ମଧ୍ୟ ବିମାନ ବନ୍ଦରର ଏୟାର ମାର୍ଶାଲଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଆଜି ସକାଳେ ଏକ ଖବରକାଗଜ ରିପୋର୍ଟକୁ ଆଧାର କରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅତିରିକ୍ତ ବନ ସଂରକ୍ଷକ ବିନୋଦ ଆଚାର୍ଯ୍ୟ ପୁରୀ ଅରଖକୁଦା ସାମୁଦ୍ରିକ ଥାନାରେ ଏକ ଏତଲା ଦାୟର କରିଥିଲେ । ଏହି ଏତଲାରେ ସେ ଦର୍ଶାଇ ଥିଲେ ଯେ ୧୫ ତାରିଖ ଅପରାହ୍ଣ ସାଢ଼େ ଗୋଟାଏରେ ଚିଲିକାର ସମ୍ବେଦନଶୀଳ ପରିବେଶ ତଥା ନୋ ଫ୍ଲାଇଙ୍ଗ୍ ଜୋନ୍ ଉପରେ ଏକ ଧଳା ରଙ୍ଗର ଚପର ଉଡ଼ିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଏହା ଚିଲିକାର ପାଣିକୁ ଗୋଳିଆ କରିବା ସହ ନୌ-ଚଳାଚଳ ପଥରେ ବ୍ୟାଘାତ ସୃଷ୍ଟି କରିଥିଲା ।

ଏହିଭଳି କାର୍ଯ୍ୟ ପର୍ଯ୍ୟଟକଙ୍କ ଧନ, ଜୀବନ ସହ ଚିଲିକାରେ ରହୁଥିବା ମାଛ ଓ ଡଲ୍ଫିନ୍ ଉପରେ ଆଘାତ ଆଣିଛି । ଏଣୁ ଥାନାଧିକାରୀଙ୍କୁ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଆଚାର୍ଯ୍ୟ ଅନୁରୋଧ କରିଥିଲେ । ଏହି ଏତଲାକୁ ଭିତ୍ତିକରି ଆଜି ବିଳମ୍ବିତ ସନ୍ଧ୍ୟାରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଥିବା ବୈଜୟନ୍ତଙ୍କ ପ୍ରାଇଭେଟ୍ ହ୍ୟାଙ୍ଗର ଏବଂ ସେ ଚଳାଉଥିବା ହେଲିକପ୍ଟରକୁ ଜବତ କରାଯାଇଛି । ରାଜ୍ୟ ଭିତରେ ତାଙ୍କର ବିଚରଣକୁ ପ୍ରତିହତ କରିବା ପାଇଁ ‘ତୃତୀୟ ମହଲା’ର ଏହା ଏକ ଚକ୍ରାନ୍ତ ବୋଲି ମଧ୍ୟ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଯଦିଓ ସମ୍ପୃକ୍ତ ଦିନ ସେ ବିମାନ ଚଳାଇଥିବା ସ୍ୱୀକାର କରିଛନ୍ତି କିନ୍ତୁ ତାଙ୍କ ବିପକ୍ଷରେ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ସେ କହିଛନ୍ତି । ଏତଲାରେ ବିମାନ ଉଡ଼ିବା ସମୟ ଅପରାହ୍ଣ ସାଢ଼େ ଗୋଟାଏ ବୋଲି ଅଭିଯୋଗ କରାଯାଇଥିବା ବେଳେ ସେ ଏହି ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିସାରିଥିଲେ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ତାଙ୍କୁ ବିବାଦ ଭିତରକୁ ଟାଣିବା ପାଇଁ ଏକ ଉଦ୍ୟମ ।

ସିଡିଏର ଅଭିଯୋଗ ପରେ ଏୟାର ପୋର୍ଟ ଅଥରିଟିକୁ ରିପୋର୍ଟ ମାଗିଥିଲେ ପୁରୀ ଏସ ପି ଆଉ ଏୟାରପୋର୍ଟ ଅଥରଟି ଇମ୍ଫା ହେଲିକ୍ୟାପଟର କୁ ଉଡାଣଲାଗି ଅନୁପତି ଦେଇଥିବା ରିପୋର୍ଟ ଆସିବା ପରେ ପୋଲିସ ଏପରି କାଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଢଙ୍ଗୀ । ଇମ୍ଫାର ହେଲି କ୍ୟାପଟ ଚିଲିକା ଉପରେ ଉଡାଣ ସମୟରେ ବୈଜୟନ୍ତ ପଣ୍ଡା ହେଲିକ୍ୟାପଟର ଚଳାଉଥିଲେ ଓ ତାଙ୍କ ସହ ଆଉ ୨ ଜଣ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।

 

ଶନିବାର ମଧ୍ୟାହ୍ନରେ ଚିଲିକାର ନଙ୍ଗାନାଶୀ ମୁହାଣରେ ଏକ ବିମାନ ଅବତରଣ କରିବା ସହ ପ୍ରାୟ ୧୫ ମିନିଟ୍‌ ରହି ଚାଲିଯାଇଥିଲା। ଚିଲିକା ଉପରେ ବିମାନ ଚକ୍କର କାଟିବା ସହ ମୁହାଣରେ ଅବତରଣ କରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ଚିଲିକାରେ ଥିବା ମତ୍ସ୍ରଜୀବୀ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଦେଖିଥିବା ବେଳେ ତଟ ସୁରକ୍ଷା ଦାୟିତ୍ୱରେ ରହିଥିବା ସାମୁଦ୍ରିକ ଥାନା କିମ୍ବା ସ୍ଥାନୀୟ ପୁଲିସ ଏହାର ଟେର ପାଇପାରିଲେ ନାହିଁ। ଏପରିକି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜାଣିପାରିଲେ ନାହିଁ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ଚିଲିକା ଉନ୍ନୟନ ପକ୍ଷରୁ ଘଟଣାର ଯାଞ୍ଚ କରାଯିବା ସହ ସ୍ଥାନୀୟ ମେରାଇନ ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲା ଆଧାରରେ ପୁଲିସ ଘଟଣାର ତଦନ୍ତ କରି ହେଲିକପ୍ଟରକୁ ସିଜ୍‌ କରିବା ସହ ଘଟଣାର ତନାଘନା ଜାରି ରଖିଛି।

ବୈଜୟନ୍ତଙ୍କ ସଫେଇ
ଚିଲିକା ଉପରେ ହେଲିକ୍ୟାପଟର ଉଡାଣକୁ ଅସ୍ୱିକାର କରିଛନ୍ତି ବୈଜୟନ୍ତ ପଣ୍ଡା । ସେ କୋଣାର୍କ ଦେଇ କେନ୍ଦ୍ରାପଡା ଯାଇଛନ୍ତି । ହେଲେ ଯେଉଁ ସମୟରେ ଚିଲିକା ଉପରେ ଉଡାଣ ନେଇ ଏତଲା ହୋଇଛି ସେ ସେସମୟରେ ଉଡାଣ କରି ନାହାନ୍ତି ଓ କେନ୍ଦ୍ରାପଡାରେ ଥିଲେ ବୋଲି କହିଛନ୍ତି । ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଟ୍ୟୁଟରେ ପତିକ୍ରିୟା ରଖିଛନ୍ତି ବୈଜୟନ୍ତ ।