ଇମ୍ଫାକୁ ମର୍ଯ୍ୟାଦାଜନକ ପ୍ରଦୂଷଣ ନିୟନ୍ତ୍ରଣ ସମ୍ମାନ

ଭୁବନେଶ୍ୱର : ଫେରୋକ୍ରୋମ୍ ଉତ୍ପାଦନ କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିଥିବା ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ ଫେରୋ ଏଲୟେଜ୍ ଲିଃ(ଇମ୍ଫା)IMFAର ସୁକିନ୍ଦାସ୍ଥିତ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ସମ୍ମାନ ପ୍ରଦାନ କରାଯାଇଛି । ଖଣି କାର୍ଯ୍ୟ ବେଳେ ପ୍ରଦୂଷଣ ରୋକିବା ଏବଂ ପାରିବେଶିକ ଶବ୍ଦ ସନ୍ତୁଳନ ରକ୍ଷା କରିବା କ୍ଷେତ୍ରରେ ଇମ୍ଫା ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପାଇଁ ଏହି ସମ୍ମାନ ପ୍ରଦାନ\nକରାଯାଇଛି । ସ୍ଥାନୀୟ ଜୟଦେବ ଭବନ ଠାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଇମ୍ଫାର ଖଣି ବିଭାଗ ମୁଖ୍ୟ ସଞ୍ଜୀବ ଦାସ ଏବଂ ଉପ ସଭାପତି(ଖଣି) ପୁରଞ୍ଜୟ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।