ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ୧୯ ତାରିଖରେ ଅନୁଷ୍ଠିତ ୨୧ତମ ଖଣି ପର୍ଯ୍ୟାବରଣ ଓ ଖଣିଜ ସଂରକ୍ଷଣ (ଏମ୍ଇଏମ୍ସି) ସପ୍ତାହ ପାଳନ ଅବସରରେ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା)ର ସୁକିନ୍ଦା ଓ ମହାଗିରି ମାଇନ୍ସ ଶୀର୍ଷ ସମ୍ମାନ ଗ୍ରହଣ କରିଛନ୍ତି । ସୁକିନ୍ଦା ମାଇନ୍ସ କ୍ରୋମାଇଟ୍ (ଏସ୍ଏମ୍ସି) ବ୍ୟବସ୍ଥିତ ଓ ବୈଜ୍ଞନିକ ପଦ୍ଧତିରେ ଖନନ ପାଇଁ ପ୍ରଥମ ପୁରସ୍କାର ଏବଂ ପ୍ରଚାର ଓ ପ୍ରସାର ବର୍ଗରେ ତୃତୀୟ ପୁରସ୍କାର ପାଇଛି । ସେହିଭଳି ଇମ୍ଫାର ମହାଗିରି ମାଇନ୍ସ କ୍ରୋମାଇଟ୍ (ଏମ୍ଏମ୍ସି)କୁ ଭୂତଳ ଖନନ ଏବଂ ସାମଗ୍ରିକ ପ୍ରଦର୍ଶନବର୍ଗରେ ପ୍ରଥମ ପୁରସ୍କାର ମିଳିଛି । ଉପରୋକ୍ତ ପୁରସ୍କାରଗୁଡ଼ିକ ବ୍ୟତୀତ ଇମ୍ଫା ମାଇନିଙ୍ଗ୍ (ବିଜ୍ନେସ୍ ୟୁନିଟ୍)ର ଡେପୁଟି ହେଡ୍ସୁ ଧାଂଶୁ ପଟନିଙ୍କୁ ଶ୍ରେଷ୍ଠ ପର୍ଯ୍ୟାବର ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଖଣ ପର୍ଯ୍ୟାବରଣ ଓ ଖଣିଜ ସଂରକ୍ଷଣ ସପ୍ତାହର ଉଦ୍ଯାପନୀ ଦିବସରେ ଭାରତ ସରକାରଙ୍କ ଯୁଗ୍ମ ସଚିବ ତଥା ଇଣ୍ଡିଆନ୍ବ୍ୟୁ ରୋ ଅଫ୍ ମାଇନିଙ୍ଗ୍ର କଣ୍ଟ୍ରୋଲର ଜେନେରାଲ (ଭାରପ୍ରାପ୍ତ) ଡ. କେ. ରାଜେଶ୍ୱର ରାଓ (ଆଇଏଏସ୍) ଯୋଗଦେଇ ପୁରସ୍କୃତ କରିଥିଲେ ।
ଏହି ସଂରକ୍ଷଣ ସପ୍ତାହ ପାଳନ ଉତ୍ସବରେ ପ୍ରାୟ ୭୮ଟି ଖଣି ଅଂଶଗ୍ରହଣ କରିଥିଲେ । ପ୍ରତିବର୍ଷ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍)ର ତତ୍ତ୍ୱାବଧାନରେ ଖଣି ପର୍ଯ୍ୟାବରଣ ଓ ଖଣିଜ ସଂରକ୍ଷଣ (ଏମ୍ଇଏମ୍ସି) ସପ୍ତାହର ଆୟୋଜନ କରାଯାଏ । ଖଣିଜ ଉତ୍ସଗୁଡ଼ିକ ସଂରକ୍ଷଣ ଦିଗରେ ଏବଂ ଖଣି ଭିତରେ ଓ ଚତୁଃପାଶ୍ୱର୍ରେ ପର୍ଯ୍ୟାବରଣର ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ହିଁ ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।