ଏକଲବ୍ୟ ପୁରସ୍କାର ୨୦୨୦ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ

ଭୁବନେଶ୍ୱର: ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ’ (IMPaCT) ତରଫରୁ ସମ୍ମାନଜନକୁ “ଏକଲବ୍ୟ ପୁରସ୍କାର ୨୦୨୦” ନିମନ୍ତେ ନାମାଙ୍‌କନ ପତ୍ର ଆହ୍ୱାନ କରାଯାଉଛି । “ଏକଲବ୍ୟ ପୁରସ୍କାର” ହେଉଛି ସଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡାବିତ୍‌ଙ୍‌କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡା ପୁରସ୍କାର । ଯାହାର ନଗଦ ପୁରସ୍କାର ରାଶି ୫ ଲକ୍ଷ ଟଙ୍କା ରହିଛି । ମୁଖ୍ୟ ପୁରସ୍କାର ଛଡା ୨ଗୋଟି ଦୃଷ୍ଟାନ୍ତମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ ଯାହାର ପୁରସ୍କାର ରାଶି ୫୦ ହଜାର ଟଙ୍କା ଲେଖାଏଁ ରହିଛି । ଆଗ୍ରହୀ ପ୍ରର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡା ସଂଗଠନ/ ବୋର୍ଡ/ ସଂଘ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ରମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇ ପାରିବେ । ପ୍ରାର୍ଥୀମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇ ନ ଥିବେ ଆବଶ୍ୟକ ।

ପ୍ରାର୍ଥୀମାନେ ପ୍ରାଞ୍ଜଳଭାବେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ୨ବର୍ଷ (ଏପ୍ରିଲ ୨୦୧୮ରୁ ମାର୍ଚ୍ଚ ୨୦୨୦) ମଧ୍ୟରେ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ୱ ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ ।

ପ୍ରାର୍ଥୀଗୁଡିକ ନିଶ୍ଚିତ ଭାବେ ୩୧ ଅଗଷ୍ଟ ୨୦୨୦ ତାରିଖ ସୁଦ୍ଧା “ଏକଲବ୍ୟ ପୁରସ୍କାର, ଇମ୍ଫା ଟ୍ରଷ୍ଟ, ବମିଖାଲ, ଭୁବନେଶ୍ୱର-୭୫୧୦୧୦” ଠିକଣାରେ ପହଂଚିବା ଆବଶ୍ୟକ । ଅନ୍ୟ ପକ୍ଷରେ, ପ୍ରାର୍ଥୀପତ୍ରଗୁଡିକ ekalabya@imfa.inକୁ ଇମେଲ କରିହେବ ଏବଂ ସହାୟକ କାଗଜପତ୍ରଗୁଡିକୁ ସ୍ୱତନ୍ତ୍ର ଭାବେ ଉପରୋକ୍ତ ଠିକଣାରେ ପଠାଇବାକୁ ହେବ ।