ଉତର ଭାରତରେ ପ୍ରବଳ ଶୀତ; ୬ ରାଜ୍ୟରେ ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ଉର ଭାରତରେ ଶୀତର ପରିମାଣ ଥମିବାର ନାଁ ନେଉନି । ଦିନକୁ ଦିନ ଶୀତ ପରିମାଣ ଏତେ ମାତ୍ରାରେ ବଢ଼ୁଛି ଯେ, ସାଧାରଣ ଜୀବନ ଯାପନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପଟେ ଦିଲ୍ଲୀରେ ଏଥର ଶୀତର ମାତ୍ରା ୨୨ବର୍ଷର ରେକର୍ଡ ଭାଙ୍ଗିଛି । ଆଗକୁ ଶୀତର ମାତ୍ରା ଆହୁରି ବଢ଼ିବ ବୋଲି ଜଣାପଡିଛି । ଯେଉଁ କାରଣରୁ ୬ଟି ରାଜ୍ୟ ଯଥା: ଉତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଦିଲ୍ଲୀ ଓ ବିହାରରେ ରେଡ ଆଲର୍ଟ ଜାରି କରିଛି ପାଣିବାଗ ବିଭାଗ ।

ସ୍କାଏମେଟ ୱେଦର ଅନୁସାରେ ୧୯୦୧ରୁ ୨୦୧୮ ମଧ୍ୟରେ କେବଳ ୧୯୧୯, ୧୯୨୯, ୧୯୬୧ ଓ ୧୯୯୯୭ରେ ଡିସେମ୍ବର ମାସରେ ତାପମାତ୍ରା ସର୍ବାଧିକ ୨୦ ଡିଗ୍ରୀ ଥିଲା । ୨୦୧୯ ଡିସେମ୍ବର ୨୬ରେ ସର୍ବାଧିକ ତାପମାତ୍ରା ୧୯.୮୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆନୁମାନିକ ତାପମାତ୍ରା ଡିସେମ୍ବର ପାଇଁ ୧୯.୧୫ ଡିଗ୍ରୀ ରେକର୍ଡ ହୋଇଛି । ଯଦି ଏଭଳି ହୋଇଥାଏ, ତେବେ ୧୯୯୭ ପରେ ୨୦୧୯ ଶତାବ୍ଦୀର ଦ୍ୱିତୀୟ ସର୍ବାଧିକ ଡିସେମ୍ବର ହେବ । ଚଳିତ ବର୍ଷ ଦିଲ୍ଲୀରେ ଡିସେମ୍ବର ୧୮ରେ ୧୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଥଣ୍ଡା ଦିଲ୍ଲୀରେ ରେକର୍ଡ କରିଛି । ବର୍ଷ ୧୯୯୭ ପରେ ଏହା ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀରେ କ୍ରମାଗତ ଭାବେ ୧୧ ଦିନରେ ରେକର୍ଡ କରିଛି । ସ୍କାଏମେଟ ୱେଦର ଅନୁସାରେ ଦିଲ୍ଲୀ-ଏନସିଆରରେ ଡିସେମ୍ବର ମାସର ଆରମ୍ଭରୁ ଶୀତ ଜାରି ରହିଛି । ଭୀଷଣ ଥଣ୍ଡାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ସମେତ ୬ଟି ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି ।