ଆଇ.ଏମ୍.ସି.ଟି ଦ୍ୱାରା ଦୌଡ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ବରଠାରେ ଆଇ.ଏମ୍.ସି.ଟି ଦ୍ୱାରା ଆୟୋଜିତ ୬.୨ କି.ମି ବ୍ୟାପି ଦୌଡ଼ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପିନେତା ମୁରଲୀ ଶର୍ମା, ସମ୍ ହାସପାତାଳର ନିର୍ଦ୍ଦେଶକ ତଥା ସ୍ୱୟଂ ସେବକ ସଂଘର ମହାନଗର ସଂଘଚାଳକ ଡଃ ବସନ୍ତ ପତି, ସଂଘ ପ୍ରାନ୍ତ ସହ ପ୍ରଚାରକ ସୃଷ୍ଟି ଭାଇ ପ୍ରମୁଖ ବିଶିଷ୍ଟ ଅତିଥିବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଆଇ.ଏମ୍.ସି.ଟି ସଦସ୍ୟଗଣଙ୍କ ପ୍ରଗାଢ ପରିଶ୍ରମ କରିଥିଲେ।

ଛାତ୍ର ଛାତ୍ରୀଙ୍କୁ ସାମାଜିକ ଓ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେବା ଲାଗି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ମାନବୀୟ ମୂଲ୍ୟବୋଧ ଲାଗି ଏହି ଅନୁଷ୍ଠାନ ସମର୍ପିତ ହୋଇ କାର୍ଯ୍ୟ କରିଆସୁଛି । ପ୍ରତିଯୋଗିତାର ସବୁ ଅଂଶଗ୍ରହଣକାରୀ ତଥା ବିଜେତାବୃନ୍ଦ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।