ସ୍ତ୍ରୀ ୪ ଦିନ ଲାଗି ବାପ ଘରକୁ ଯାଇଥିଲେ ୨ଦିନରେ ଫେରିଲେ : ବେଡରେ ଦେହଜୀବୀଙ୍କ ସହ ସ୍ୱାମୀଙ୍କୁ ଦେଖି କଣ କଲେ ପତ୍ନୀ?

ରାୟପୁର : ପତି – ପତ୍ନୀଙ୍କ ସଂପର୍କ ବିଶ୍ୱାସର । ସ୍ୱାମୀ- ସ୍ତ୍ରୀଙ୍କ ସଂପର୍କ ଜନ୍ମ ଜନ୍ମାନ୍ତରର । ଜଣେ ଅନ୍ୟ ଜଣଙ୍କୁ ଭରସା ଓ ବିଶ୍ୱାସ କରି ହିଁ ଚାଲେ ସଂସାର । ହେଲେ ଜମଙ୍କ ଭିତରୁ କେହି ଜଣେ ଯଦି ବିଶ୍ୱାସର ପାଚେରୀ ଭାଙ୍ଗେ ତେବେ କଣ ସଂସାର ଆଗକୁ ଚାଲିବ ନା ପରିବାରରେ ପଡିବ ପୂଣ୍ଣଛେଦ । ଏମିତି ଏକ ଘଟଣା ଘଟିଛି ଛତିଶଗଡରେ ।ଭାଙ୍ଗିଯାିଛି ସ୍ୱାମୀ ସ୍ତ୍ରୀ ଭିତରେ ଥିବା ସଂପର୍କର ପାଚେରୀ । ଅମିତି ଏକ ଘଟଣା ଘଟିଛି ଛତିଶଗଡରେ । ନିଜ ଘରେ ନିଜ ବେଡରୁମରେ ସ୍ୱାମୀଙ୍କ ସହ ଜମେ ଦେହଜୀବୀଙ୍କୁ ଦେଖି ଉଡିଯାଇଥିଲା ପତ୍ନୀଙ୍କ ହୋସ ଖସିଯାଇଥିଲା ପାଦତଳର ମାଟି ।
ଗଣମାଧ୍ୟମ ଖବର ଅନୁସାରେ ରାୟପୁର ସହରର ଟିକରାପାରାରେ ଘଟିଛି ଏମିତି ଘଟଣା । ନିଜ ସ୍ତ୍ରୀର ବିଶ୍ୱାସରେ ବିଷ ଦେଇ ନିଜ ଶୋଇବା ଘରେ ସ୍ୱାମୀ ଦେହଜୀବୀଙ୍କ ସହ ରାତି କାଟିବାବେଳେ ପତ୍ନୀଙ୍କ ହାତରେ ଧରା ପଡିଛି । ସ୍ତ୍ରୀ ୪ ଦିନ ଲାଗି ବାପ ଘରକୁ ବୁଲିବାକୁ ଯାିଥିଲେ । ଆଉ ସ୍ତ୍ରୀ ବାପ ଘରକୁ ଯିବା ଜାଣଇ ବେଶ ଖୁସି ହୋିଥିଲେ ସ୍ୱାମୀ । ଖୁସିରେ ସ୍ରୀକୁ ତାଙ୍କ ବାପ ଘରକୁ ପଠାଇଥିଲେ । ହେଲେ ମନରେ ଭରିଥିଲେ ଅବିଶ୍ୱାସର ବିଷ । ସ୍ରୀର ଅନୁପସ୍ଥିତିରେ ରୋମାନ୍ସ କରିବାକୁ କରିଥିଲେ ଯୋଜନା । ତ୍ପତ୍ନୀ ଯିବା ପରେ ଏହାର ଫାଇଦା ନେଇ ଘରକୁ ଦେହଜୀବୀଙ୍କୁ ଡାକି ନିଜ ଶୋଇବା ଘରେ ଯୌନ ସୁଖରେ ମାତିଥିଲେ ସ୍ୱାମୀ । ଏତିକିବେଳେ ୪ ଦିନ ଲାଗି ବାପ ଘରକୁ ଯାଇଥିବା ସ୍ତ୍ରୀ ହଠାତ ଦୁଇ ଦିନରେ ଶାଶୁ ଘରକୁ ଫେରିଥିଲେ । ଆଉ ସେ ଯେତେବେଲେ ନିଜ ଶୋଇବା ଘରକୁ ପସିଗଲେ ହତବାକ ହୋଇଯାଇଥିଲେ । ନିଜ ସ୍ୱାମୀ ସହ ଜଣେ ଦେହଜୀବୀ ବେଡରେ ଶୋଇଥିବା ଦେଖି ତାଙ୍କ ପାଦ ତଳର ମାଟି ଖସିଯାଇଥିଲା । ଏହା ଦେଖି ଚୁପ ରହିନଥିଲେ ପତ୍ରୀ । ବରଂ ସ୍ୱାମୀ ବିରୋଧରେ ପୋଲିସରେ ଫେରାଦ ହୋଇଥିଲେ । ପାରିବାରିକ ମାମଲା କହି ପ୍ରଥମେ ପୋଲିସ ଆପୋଷ ବୁଝାମଣଆ କରିବାକୁ ଚେଷ୍ଟା କରିଥିଲା ହେଲେ ମାନି ନଥିଲେ ବିଶ୍ୱାସ ହରାଇଥିବା ସ୍ତ୍ରୀ ।
ପୋସିସ ସୂଚନା ଅନୁସାରେ ୨ ଦିନରେ ସ୍ତ୍ରୀ ତାଙ୍କ ବାପ ଘରୁ ଶାସୁ ଘରକୁ ଫେରିଲାବେଳକୁ ଘର କବାଡ ବନ୍ଦ ଥିଲା । ହେଲେ ସ୍ୱାମୀ ଘର ଭିତରେ ଜଣେ ମହିଳାଙ୍କ ସହ ଥିବା ଜାଣିପାରି ସ୍ରୀ ପୋଲିସକୁ ଡାକିଥିଲେ । ପୋଲିସ ପହଁଚି ଘରର ପଛପଟକୁ ଯାଇ ଅଭିଯୁକ୍ତ ସ୍ୱାମୀଙ୍କୁ ଡାକିଥିଲେ । ତାଙ୍କ ଠାରୁ ଚାବି ଆଣି ଘର କବାଟ ଖୋଲିବା ପରେ ସତ ପଦାକୁ ଆସିଥିଲା । ତେବେ ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ କହିଛି ,ସ୍ୱାମୀଙ୍କ ଏପରି କାମ ପ୍ରଥମ ଥର ନୁହେଁ । ଅଭିଯୁକ୍ତ ସ୍ୱାମୀ ବାରମ୍ବାର ଏପରି କରନ୍ତି,ହଲେ ଏଥର ତାଙ୍କ ପତ୍ନୀଙ୍କ ହାତରେ ଦରାପଡିଛନ୍ତି ।