ଆଇଆଇଏଫଏ ୨୦୧୯: ରଣବୀର ସିଂହ ଶ୍ରେଷ୍ଠ ଅଭିନେତା, ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ଆଇଆଇଏଫଏ (ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଆୱାର୍ଡ-୨୦୧୯ ଆୱାର୍ଡ ବୁଧବାର ରାତି ଆୟୋଜିତ ହୋଇଛି । ଫିଲ୍ମ ପଦ୍ମାବତ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ, ଫିଲ୍ମ ରାଜି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ...

ମୁମ୍ବାଇ: ଆଇଆଇଏଫଏ (ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଆୱାର୍ଡ-୨୦୧୯ ଆୱାର୍ଡ ବୁଧବାର ରାତି ଆୟୋଜିତ ହୋଇଛି । ଫିଲ୍ମ ପଦ୍ମାବତ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ, ଫିଲ୍ମ ରାଜି ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ସେହିଭଳି ଅନ୍ଧାଧୂନ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ଶ୍ରୀରାମ ରଘୁବନଙ୍କୁ ମିଳିଛି । ବେଷ୍ଟ ଡିବଟ ପୁରୁଷ ଆୱାର୍ଡ ଈଶାନ ଖଟ୍ଟରଙ୍କୁ ଓ ଧଡକ ପାଇଁ ଓ କେଦାରନାଥରେ ଅଭିନୟ କରିଥିବା ସାରା ଅଲିଙ୍କୁ ବେଷ୍ଟ ଡିବଟ (ମହିଳା ବର୍ଗ) ପାଇଁ ଆୱାର୍ଡ ମିଳିଛି । ବଲିଉଡର ବହୁପ୍ରତୀକ୍ଷିତ ଆୱାର୍ଡ ପାଇଁ ବଜରଙ୍ଗୀ ଭାଇଜାନ ସଲମାନ ଖାନ କାର୍ଯ୍ୟକ୍ରମକୁ ପହଞ୍ଚିଥିଲେ । ଅଭିନେତା କଳା ସାର୍ଟରେ ନୀଳ ରଙ୍ଗର ବ୍ଲେଜର ପିନ୍ଧିଥିଲେ । ଏଥି ସହିତ ସେ ଫର୍ମାଲ ଜୋତା ପିନ୍ଧିଥିଲେ । 

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ରେଖା ଏକ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ପହଞ୍ଚିଥିଲେ । ସେହପରି ଅଭିନେତ୍ରୀ ଦୀପିକା ପାଦୁକୋଣ ଏକ ସ୍ୱତନ୍ତ୍ର ଡିଜାଇନ ପୋଷାକ ପରିଧାନ କରିଥିଲେ । କାର୍ଯ୍ୟକ୍ରମରେ ସାହିଦ କପୁର, ଈଶାନ ଖଟ୍ଟର, ଆଲିଆ ଭଟ୍ଟ, କବୀର ଖାନ, ମିନି ମାଥୁର, ରିତେଶ ଦେଶମୁଖ ଓ ଜେନେଲିଆ ଡି ସଉଜା, ଅନୁରାଗ ବସୁ, ନିନା ଗୁପ୍ତା, ଭୂଷଣ କୁମାର ଓ ଅନ୍ୟମାନେ ଉପସ୍ଥିତ ଥିଲେ । 

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...