ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କିଛିଦିନ ହେବ ସରକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ଚାଲିଛି । ତେବେ ଗୁରୁବାର କମିଶନରେଟ୍ ପୋଲିସରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ଖଣ୍ଡଗିରି ଥାନା ଆଇଆଇସି ହୋଇଛନ୍ତି ରଶ୍ମୀରଂଜନ ମହାପାତ୍ର। ସେହିପରି ବିଶ୍ୱରଂଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି। ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା ଆଇଆଇସି। ଅନ୍ୟପକ୍ଷରେ ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ବାଦାମବାଡ଼ି ଥାନା ଆଇଆଇସି। ରବି ନାରାୟଣ ଭଂଜ ହେଲେ ମାଲଗୋଦାମ ଥାନାଧିକାରୀ। ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନା ଓଓଉ ହୋଇଛନ୍ତି। ଏମିତି ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।