ବାଲେଶ୍ୱର ଆଇଆଇସି ନିଖୋଜ

ବାଲେଶ୍ୱର: ନିଖୋଜ ଅଛନ୍ତି ଆଇଆଇସି । ବାଲେଶ୍ୱର ଟାଉନ ଥାନା ଅଧିକାରିଣୀ ସରୋଜିନୀ ନାୟକ ଗତ ୧ରୁ ଫେରାର ଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ସମୟରେ ତାଙ୍କ ମୋବାଇଲ୍ ବନ୍ଦ ରହୁଛି ବୋଲି କହିଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। ତାଙ୍କୁ ଫୋନ କଲେ ଫୋନ ଉଠାଉନାହାନ୍ତି। ତେଣୁ ଆଇଆଇସି କେଉଁଠି ଅଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନାନୁସାରେ, କିନ୍ତୁ ଶୁକ୍ରବାର ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ସରୋଜିନୀ ଥାନାରେ ରହିଥିବା ବେଳେ ହଠାତ୍ କୁଆଡେ ଚାଲିଯାଇଥିଲେ। ଏନେଇ ଥାନାର କୌଣସି କର୍ମଚାରୀଙ୍କ ପାଖରେ ମଧ୍ୟ ଖବର ନ ଥିବା ଜଣାପଡ଼ିଛି। ସନ୍ଧ୍ୟା ୮ଟାରେ ଭିଜିଲାନ୍ସର ଏକ ଟିମ୍ ଥାନାରେ ପହଞ୍ଚି ଆଇଆଇସିଙ୍କୁ ଖୋଜିବା ପରେ ତାଙ୍କ ନିଖୋଜ ନେଇ ସନ୍ଦେହ ବଢ଼ିଥିଲା। ତେବେ ଆଇଆଇସି କେଉଁଠି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍ ଯାଇଛନ୍ତି । ଆଇଆଇସି ସରୋଜିନୀ ନାୟକଙ୍କୁ ବାଲେଶ୍ୱର ଏସ୍‌ପିଙ୍କ ମାଧ୍ୟମରେ ନୋଟିସ୍ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସ୍‌ପି।