ତିନି ଦିନିଆ ରିମାଣ୍ଡରେ ପାଠକ ବାପ- ପୁଅ

ଭୁବନେଶ୍ୱର: ତିନି ଦିନିଆ ରିମାଣ୍ଡରେ ପାଠକ ବାପ- ପୁଅ । ଅଭୟକାନ୍ତ ଏବଂ ଆକାଶ ଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି । ଏନେଇ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଚାର ବିଭାଗୀୟ ହାଜତରେ ଥିବା କୋଟିପତି ବାପ-ପୁଅ, ଅଭୟକନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିଛି ଭିଜିଲାନ୍‌ସର ଏସ୍‌ଆଇଟି। ଗିରଫ ପରେ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କର ପୁଅ ଆକାଶ ପାଠକକୁ ତିନିଦିନିଆ ରିମାଣ୍ଡରେ ଅଣାଯାଇଛି। ତିନିଦିନ ଧରି ଭିଜିଲାନ୍‌ସର ଏସ୍‌ଆଇଟି ଉଭୟଙ୍କୁ ମାରାଥନ ଜେରା କରିବ।

ପାଠକ ବାପାପୁଅଙ୍କ ଆକାଉଣ୍ଟ ବାବଦରେ ଖୋଳତାଡ଼ କରିବ ଏସଆଇଟି । ଅଭୟକାନ୍ତ ପାଠକ ଅନ୍ୟ କେତେ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ରଖୁଥିବା ଏସ୍‌ଆଇଟି ସନ୍ଦେହ କରୁଛି । ବେନାମୀ ଟ୍ରାଞ୍ଜାକ୍ସନ୍ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଭୁବନେଶ୍ୱର ଏବଂ ପୁନେରେ ଥିବା ତିନିଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଛି ଏସ୍‌ଆଇଟି ।

ଅନ୍ୟପଟେ ପାଠକ ବାପା-ପୁଅଙ୍କ ବିରୋଧରେ ସ୍କାଏ କିଙ୍ଗର ଅଭିଯୋଗ ପରେ‌ ଅଫିସ୍‌ରେ ବୁଧବାର ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରିଛି । ସ୍କାଏ କିଙ୍ଗ୍‌ର ଅଧିକାରୀ ପ୍ରଭାସ ଚୌଧୁରୀ ମଙ୍ଗଳବାର ରାତିରେ ଆକାଶ ଠକେଇ କରିଥିବା ନେଇ ଅଭିଯୋଗ କରିବା ପରେ ବୁଧବାର ସକାଳୁ ଏହାର ତଦନ୍ତ କରିବା ପାଇଁ ପୋଲିସ ପହଞ୍ଚିଥିଲା ସ୍କାଏ କିଙ୍ଗ୍‌ ଅଫିସ୍‌ରେ । ଆଉ ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆକାଶଙ୍କ ନାଁରେ ରହିଛି ଅନେକ ଠକେଇ ଅଭିଯୋଗ । ନିଜକୁ ଟାଟା କମ୍ପାନୀର ଏମ୍‌ଡି ପରିଚୟ ଦେଇ ଚାର୍ଟର ଫ୍ଲାଇଟ୍‌ ବୁକ୍‌ କରୁଥିଲେ । ଏମିତିକି ଟାଟାର ଜାଲ୍‌ ଲେଟର ପ୍ୟାଡ୍‌ରେ ସେ ନିଜେ ଚିଠି ଲେଖି ସ୍କାଏ କିଙ୍ଗ୍‌ କମ୍ପାନୀକୁ ଦେଉଥିଲେ । ଏଭଳି ବାରମ୍ବାର କରିଛନ୍ତି ଆକାଶ । ଅନ୍ୟପଟେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିବା ପରେ ତାଙ୍କ ଟଙ୍କା ମାଗିବାରୁ ଧମକ ଚମକ ମଧ୍ୟ ଦେଉଥିଲେ ଆକାଶ । ଏଭଳି ବିଭିନ୍ନ ମାମଲାରେ ଆକାଶରେ ନାଁରେ ଅଭିଯୋଗ ହୋଇଛି

ifs abhayakant with his son akash was vigilance remanded for three days by sit