କୋରାପୁଟ:ମାସ୍କ ନାହିଁ ତ ଗ୍ରୋସରି ନାହିଁ। ଏପରିକି ପନିପରିବା, ଫଳ କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ l ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ ଏକ ସୂଚନା ଫଳକ ରଖି ସେଥିରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିବାକୁ କୁହାଯାଇଛି। ନଚେତ୍ ଦୋକାନୀ ମାନେ ସେମାନଙ୍କୁ ଅତ୍ୟାବଶ୍ୟକ ଜିନିଷ ବିକିବେ ନାହିଁ ବୋଲି କୁହାଯାଇଛି ।
ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ ।