ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ତାଲ୍କତୋରା ଷ୍ଟାଡିୟମ୍ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣରେ ଅଭିଭାବକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉପଦେଶ ଦେଇଛନ୍ତି। ଏହା ସହ ଏଥିରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଚିନ୍ତା ନ କରିବାକୁ ଉପଦେଶ ଦେଇଛନ୍ତି ।
କାର୍ଯ୍ୟକ୍ରମ ଆରମ୍ଭରେ ସେ କହିଲେ ମୋତେ ନିୟମିତ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଭାଗ ନେବାକୁ ପଡ଼େ, କିନ୍ତୁ ‘ପରୀକ୍ଷା ପେ ଚର୍ଚ୍ଚା’ ମୋର ଅତି ପ୍ରିୟ କାର୍ଯ୍ୟକ୍ରମ। ମେଧାବୀ ଓ ସୃଜନଶୀଳ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ମୋତେ ଆନନ୍ଦ ଲାଗେ।