ଆଜି ‘ଇଦ୍ ଉଲ୍ ଫିତର’

ଭୁବନେଶ୍ବର : ମୁସଲମାନ ସମ୍ପ୍ରଦାୟର ପବିତ୍ର ‘ଇଦ୍’ ବୁଧବାର ସାରା ରାଜ୍ୟରେ ପାଳନ ହେଉଛି। ଏଥିପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି। ମସଜିଦ୍‌ରେ ସମୂହ ନମାଜ ପାଠ ପାଇଁ ଭିଡ ଜମିଛି। ମସଜିଦକୁ ରଙ୍ଗୀନ ଆଲୋକମାଳରେ ସଜା ଯାଇଛି। ଦୀର୍ଘ ୧ମାସ ଧରି ମୁସଲମାନ ଭାଇଭଉଣୀମାନେ ରମଜାନ ମାସରେ ଉପବାସ ରଖିଥିଲେ। ଆଜି ସେମାନେ ତାଙ୍କର ଉପବାସ ଭାଙ୍ଗି ପରସ୍ପରକୁ ଇଦ୍‌ ମୁବାରକ ଜଣାଇବେ।

ବୁଧବାର ସାରା ରାଜ୍ୟରେ ଇଦ୍ ପାଳନ କରିବା ପାଇଁ ମଙ୍ଗଳବାର କଟକ ସ୍ଥିତ ଅଞ୍ଜୁମାନ ଇସଲାମିଆ ଆହଲେ ଓ ଜମାତ ପରିସରରେ ବସିଥିବା ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା।