ଭୁବନେଶ୍ୱର: ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀ ଅଫିସକୁ ଆସିବାବେଳେ ଆଇକାର୍ଡ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
All Central and State Government Employees in Bhubaneswar are requested to produce I’d Card & letter/email from Office asking them to attend office at police check points. Both documents will be mandatory tomorrow. Kindly co-operate.
— Dr Sudhanshu Sarangi (@SarangiSudhansu) April 20, 2020
ଆଜିଠାରୁ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ସକାଳୁଆ କରିବାକୁ ନିଷ୍ପତି ନିଆଯାଇଥିଲା। ତେବେ ଅଫିସ ଆସିବା ବେଳେ କର୍ମଚାରୀମାନେ ଆଇକାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପୋଲିସ କମିଶନର। ଅଫିସ ଆସିବା ସମୟରେ ରାଜ୍ୟ ତଥା କେନ୍ଦ୍ରୀୟ କର୍ମଚାରୀ ଆଇ କାର୍ଡ ଦେଖାଇବେ। ଏଥିସହିତ ଅନୁମତି ପତ୍ର ଦେଖାଇବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ସୂଚନାଥାଉ କି, କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ସହରରେ ସବୁ ସରକାରୀ ଅଫିସ୍ ଓ ରାଜସ୍ୱ କୋର୍ଟଗୁଡ଼ିକ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ। ଏହି ଅଫିସ୍ ଅବଧି ମଧ୍ୟରେ ଖାଇବା ପାଇଁ କୌଣସି ସମୟ ରହିବ ନାହିଁ ବୋଲି ନିର୍ଦ୍ଦେନାମା ଜାରି ହୋଇଛି।