ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । ଆଇସିଏସଇ ଦଶମ ପାସ୍ ହାର ୯୯.୩୩% ରହିଥିବା ବେଲେ ଆଇଏସସି ଦ୍ୱାଦଶ ପାସ୍ ହାର ୯୬.୮୪% ରହିଛି । ବର୍ତମାନ ଛାତ୍ରଛାତ୍ରୀ ଆଇସିଏସଇ ଓ ଆଇଏସସି ଓବସାଇଟରେ ରେଜଲ୍ଟ ଦେଖିପାରିବେ । ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ମିଳିପାରିବ । ଗତକାଲି ରେଜଲ୍ଟ ପ୍ରକାଶ ନେଇ ସୂଚନା ପ୍ରଦାନ କରାଯାଇଥିଲା । ଅପରାହ୍ନ ୩ଟାରେ ଦଶମ ଓ ଦ୍ୱାଦଶ ରେଜଲ୍ଟ ବାହାରିବା ନେଇ ସୂଚନା ମିଳିଥିଲା । ଆଇସିଏସଇ ଏବଂ ଆଇଏସସି ଓବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । କରୋନା ପାଇଁ ଏବେ ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଉପରେ ପ୍ରଭାବ ପଡିବା ସହ ପରୀକ୍ଷା ଫଳକୁ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ଆଶା ଆଶଙ୍କାରେ ରହୁଛନ୍ତି । ଅନେକ ପରୀକ୍ଷାକୁ ଘୁଂଚାଇ ଦିଆଯାଇଥିବା ବେଳେ ସରକାର ଅନଲାଇନରେ ପରୀକ୍ଷା କରିବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି । କହିବାକୁ ଗଲେ ପିଲାଙ୍କ ଭବିଷ୍ୟତ ଉପରେ କରୋନା ପ୍ରଭାବ ପକାଉଛି ।