ପ୍ରକାଶ ପାଇଲା ବିଶ୍ୱକପ୍ ୨୦୧୯ର ଖେଳସୂଚୀ: ଜାଣନ୍ତୁ ଭାରତ ସହ କେବେ ଖେଳିବ ପାକିସ୍ତାନ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ ଉପଅଧିନାୟକ...

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍‌ ରାହୁଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ୍‌ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା ଏବଂ ରବୀନ୍ଦ୍ର ଜାଡେଜା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ଜୁଲାଇ ୧୪ ଯାଏଁ ଚାଲିବ।

ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଚଳିତ ବର୍ଷ ବିଶ୍ୱକପ୍‌ରେ ୧୦ଟି ସ୍ଥାନ ପାଇଥିବା ବେଳେ ଭାରତ ନିଜର ବିଶ୍ୱକପ୍‌ ଅଭିଯାନ ଜୁନ୍‌ ୫ରୁ କରିବ। ଭାରତୀୟ ଟିମ ଏହି ଦିନ ସାଉଥମ୍ପଟନ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେହିପରି ଭାରତୀୟ ଟିମ୍‌ ଜୁନ ୧୬ରେ ନିଜର ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜୁନ ୧୬ରେ ଭେଟିବ।

ଟିମ୍‌ ଇଣ୍ଡିଆର ବିଶ୍ୱକପ୍‌ ଖେଳସୂଚୀ

ଜୁନ ୦୫: ଦକ୍ଷିଣ ଆଫ୍ରିକା (ସାଉଥମ୍ପଟନ୍‌)
ଜୁନ ୦୯: ଅଷ୍ଟ୍ରେଲିଆ (ଓଭାଲ)
ଜୁନ ୧୩: ନ୍ୟୁଜିଲାଣ୍ଡ (ନଟିଂହାମ୍‌)
ଜୁନ ୧୬: ପାକିସ୍ତାନ (ମଂଚେଷ୍ଟର)
ଜୁନ ୨୨: ଆଫଗାନିସ୍ତାନ (ସାଉଥମ୍ପଟନ୍‌)
ଜୁନ ୨୭: ୱେଷ୍ଟଇଣ୍ଡିଜ୍‌ (ମଂଚେଷ୍ଟର)
ଜୁନ ୩୦: ଇଂଲଣ୍ଡ (ବର୍ମିଂହାମ)
ଜୁଲାଇ ୦୨: ବାଂଲାଦେଶ (ବର୍ମିଂହାମ)
ଜୁଲାଇ ୦୬: ଶ୍ରୀଲଙ୍କା (ଲିଡସ)
ଜୁଲାଇ ୦୯: ପ୍ରଥମ ସେମିଫାଇନାଲ୍‌ (ମଂଚେଷ୍ଟର)
ଜୁଲାଇ ୧୧: ଦ୍ୱିତୀୟ ସେମିଫାଇନାଲ୍‌ (ବର୍ମିହାମ)
ଜୁଲାଇ ୧୪: ଫାଇନାଲ (ଲର୍ଡସ)

Spread the love
Categories
ବଡ ଖବରସ୍ପୋର୍ଟସ

RELATED BY