କ୍ରିକେଟ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ

ମୁମ୍ବାଇ:  କ୍ରିକେଟ ବିଶ୍ୱକପ  ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍। ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ...

ମୁମ୍ବାଇ:  କ୍ରିକେଟ ବିଶ୍ୱକପ  ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍। ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ସେହିଭଳି ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।
ଏହାଛଡା ଦଳରେ ମହେନ୍ଦ୍ର ସିଂହ ଧୋନି, ଶିଖର ଧୱନ, କେ ଏଲ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କୁ ବିଶ୍ୱକପ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଛି ବିସିସିଆଇ । ତେବେ ରିଷଭ ପନ୍ତଙ୍କୁ ବିଶ୍ୱକପ ଦଳରୁ ବାଦ ଦିଆଯାଇଛି । ସେହିଭଳି ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇନାହିଁ ।

Spread the love
Categories
ବଡ ଖବରସ୍ପୋର୍ଟସ

RELATED BY