ସିଡନି: ମହିଳା ଟି-୨୦ ବିଶ୍ବକପ ଫାଇନାଲରେ ପହଂଚିଲା ଭାରତ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ବର୍ଷାରେ ଧୋଇଯାଇଛି । ଟସ ପଡିବା ପୂର୍ବରୁ ସିଡନି ଗ୍ରାଉଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମ୍ୟାଚ ସମ୍ଭବ ହୋଇନଥିଲା । ରିଜର୍ଭ ଦିନର ବ୍ୟବସ୍ଥା ନଥିବାରୁ ପରେ ମ୍ୟାଚକୁ ବାତିଲ କରିଦିଆଯାଇଛି ।
ଏହି ମ୍ୟାଚ ବାତିଲ ହେବା ସହିତ ଟି-୨୦ ବିଶ୍ବକୁ ଇତିହାସରେ ଭାରର ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି । ଲିଗ ପର୍ଯ୍ୟାୟରେ ପଏଂଟ ତାଲିକାର ଶୀର୍ଷରେ ରହିଥିଲା ଭାରତ । ଏହାର ଫାଇଦା ଦଳକୁ ମିଳିଛି । ଭାରତୀୟ ଦଳ ଗ୍ରୁପ ପର୍ୟ୍ୟାୟରେ ସମସ୍ତ ୪ଟି ମ୍ୟାଚରେ ବିଜୟୀ ହୋଇଥିଲା । ଅନ୍ୟପଟେ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା । ଏହି ପରାଜୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ସେମିଫାଇାନାଲ ମ୍ୟାଚ ଖେଳାଯିବ । ଯଦି ଏହି ମ୍ୟାଚ ଖେଳାଯିବା ସମ୍ଭବ ନହୁଏ ତେବେ, ଦକ୍ଷିଣ ଆଫ୍ରିକା, ଭାରତ ଭଳି ଫାଇନାଲରେ ପ୍ରବେଶ କରିବ । ଘରୋଇ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ପରାସ୍ତ ହୋଇଥିଲା । ଫଳରେ ଏହି ପରାଜୟ ମଧ୍ୟ ଦଳକୁ ଟୁର୍ଣ୍ଣାମେଂଟରୁ ବିଦାୟର ରାସ୍ତା ଦେଖାଇବ ।