ICC ଜାରି କଲା ଟେଷ୍ଟ ରାଙ୍କିଙ୍ଗ: ଟପରେ ଜାଡେଜା

ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ତରଫରୁ ଜାରି ହୋଇଛି ଟେଷ୍ଟ ରାଙ୍କିଙ୍ଗର ତାଲିକା । ଏହି ତାଲିକାରେ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଶକ୍ତ ଝଟକା ଲାଗିଛି । ତେବେ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏକ ବଡ ଫାଇଦା ମିଳିଛି । ଏହା ସହିତ ଷ୍ଟାର ଅଫ ସ୍ପିନର ରବି ଅଶ୍ୱୀନଙ୍କୁ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠିବାର ସୁଯୋଗ ମିଳିଛି ।

ନୂଆ ରାଙ୍କିଙ୍ଗ ଅନୁସାରେ, ବ୍ୟାଟ୍ସମ୍ୟାନ ତାଲିକାରେ ସବୁଠୁ ବଡ ଫାଇଦା ପାଇଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଉସ୍ମାନ ଖ୍ୱାଜା । ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଦମଦାର ପ୍ରର୍ଦାନ ଫଳରେ ୬ ସ୍ତାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ସାଥୀ ଖେଳାଳି ଡାଭିଡ ୱାର୍ଣ୍ଣର, ରିଷଭ ପନ୍ତ, ବିରାଟ କୋହଲି ଏବଂ ଟ୍ରାଭିସ ହେଡଙ୍କୁ ପଛରେ ପକାଇ ଏହି ସଫଳତା ଅର୍ଜନ କରିଛନ୍ତି ଖ୍ୱାଜା । ତେବେ ଏହି ତାଲିକାର ଟପ-୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୪ ଜଣ ଅଷ୍ଟ୍ରେଲିଆ ଖେଳାଳି ସ୍ଥାନ ପାଇଛନ୍ତି । ପ୍ରଥମ ସ୍ଥାନରେ ମାର୍ନସ ଲାବୁଶାନେ, ଦ୍ୱିତୀୟରେ ଷ୍ଟିଭ ସ୍ମିଥ ରହିଥିବା ବେଳେ ସପ୍ତମରେ ଉସ୍ମାନ ଖ୍ୱାଜା ଏବଂ ନବମରେ ଟ୍ରାଭିସ ହେଡ ରହିଛନ୍ତି । କିୱି ଅଧିନାୟକ କେନ ୱିଲିୟାମସନ ତୃତୀୟ, ଇଂଲଣ୍ଡର ଜୋ ରୁଟ ଚତୁର୍ଥ ସ୍ଥାନରେ ରହିଛନ୍ତି । ବାବର ଆଜମ ପଞ୍ଚମ ସ୍ଥାନରେ ଏବଂ ଷଷ୍ଠ ସ୍ଥାନରେ ଦିମୁଥ କରୁଣାରତ୍ନେ ସ୍ଥାନ ପାଇଛନ୍ତି । ତେବେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ତାଲିକାର ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ବିରାଟ କୋହଲି ଦଶମ ସ୍ଥାନରେ ରହିଛନ୍ତି ।