ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ୧୪ଦିନ ପାଇଁ ସିଲ କରାଯାଇଛି । ଏହି ଅଫିସର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ନିଷ୍ପତି ନିଆଯାଇଛି ।
ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମଧ୍ୟ ହୋମ୍ କ୍ୱାରେନଂଟାଇନ୍ ରେ ରହିଥିବା ସୂଚନା ମିଳିଛି।
ଅଫିସକୁ ସିଲ କରି ଦିଆଯାଇଥିବା ବେଳେ ସମସ୍ତଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯିବ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ କହିଛନ୍ତି।