ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରରେ ବୁଧବାର ବଡ଼ଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୧୯୮୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅସିତ ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ଉନ୍ନୟନ କମିସନର ଓ ଗୃହ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ। ସୁଦର୍ଶନ ପାଳ ଠାକୁରଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ବୋର୍ଡ ଅଫ୍ ରେଭନ୍ୟୁ ସଦସ୍ୟ ଭାବେ ସିଜେ ଭେନୁଗୋପାଳଙ୍କୁ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗରେ ନୀତିନ ଚନ୍ଦ୍ରଙ୍କୁ ନିଯୁକ୍ତ କରାଯାଇଛି।
୧୯୯୩ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଦେଓରଂଜନ କୁମାର ସିଂହଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବଦ୍ୟା ବିଭାଗରେ ଅତିରିକ୍ତ ପ୍ରିନ୍ସପାଲ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ରଂଜନା ଚୋପ୍ରାଙ୍କୁ ଏସ୍ଟି-ଏସ୍ସି-ପଛୁଆ ବର୍ଗ ବିଭାଗରେ ଅବସ୍ଥାପିତ କରାଯାଇଛି। ସେହିପରି ସୁଶୀଲ କୁମାର ଲୋହାନୀ କଟକସ୍ଥିତ ବାଣିଜ୍ୟିକ ଟିକସ୍ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ମିଳିଛି।