ଭୁବନେଶ୍ୱର: ରାଜ୍ୟରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ଯାଜପୁର, ଅନୁଗୋଳ, ନୂଆପଡା ଓ ବଲାଙ୍ଗିର ଜିଲ୍ଲାପାଳ । ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ । ତାଙ୍କ ସ୍ଥାନରେ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବରେ ନିଯୁକ୍ତି କରାଯାଇଛି । ସେ ବ୍ରହ୍ମପୁର ମହାନଗର ନିଗମ କମିଶନର ଥିଲେ ।
ବଲାଙ୍ଗିର ଜିଲ୍ଲାପାଳ ହୋଇଛନ୍ତି ଚଞ୍ଚଲ ରାଣା । ସେ ମୟୂରଭଞ୍ଜ ପିଡି-ଡିଆରଡିଏ ଥିଲେ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଠାକୁଆଙ୍କୁ ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ ।
ବଦଳିଲେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ତାଙ୍କ ସ୍ଥାନରେ ଓଏଏସ୍ ଅଫିସର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୋଳ ଜିଲ୍ଲାପାଳ ହୋଇଛନ୍ତି । ସେ ଗଞ୍ଜାମ ଜିଲ୍ଲାର ପିଡି ଡିଆରଡିଏ ଥିଲେ । ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ଭାବରେ ବଦଳି ହୋଇଛନ୍ତି ।
ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବରେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଜିଲ୍ଲାପାଳ ଭାବରେ ମୟୂରଭଞ୍ଜ ଏଡିଏମ୍ ସ୍ୱାଧ ଦେବ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର ।
ପ୍ରଶାସନିକ ସ୍ତରରେ ଆଉ କିଛି ବଦଳି
ଡି.ବି. ସିନ୍ଦେ- ପିଡି ଡିଆରଡିଏ, ବ୍ରହ୍ମପୁର
ଏସ୍. ବି. ବୋନ୍ଦାର- ବ୍ରହ୍ମପୁର ମହାନଗର ନିଗମ କମିଶନର
କୀର୍ତ୍ତି ଭାସବନ୍ ଭି.- ଉଜଜିଲ୍ଲାପାଳ, ବ୍ରହ୍ମପୁର
ଜେ. ସୋନାଲ୍- ଉପଜିଲ୍ଲାପାଳ, ଗୁଣୁପୁର