ଆଇଏଏସ ସ୍ତରରେ ଅଦଳ ବଦଳ : ପ୍ରଦୀପ ଜେନା ଆରଡି ସଚିବ, ଏସଆରସି ଓ ଓସଡମା ଦାୟୀତ୍ୱ ବି ସମ୍ଭାଳିବେ

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଦାୟୀତ୍ୱ । ଓଏଚପିସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ଜଳସମ୍ପଦ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ।

ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଥିବାବେଳେ ସଞ୍ଜିବ ଚୋପ୍ରା ଗୃହ ବିଭାଗର ପ୍ରମୁଖ ସଚିବ ଓ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ରହିବେ। କୃଷି ସଚିବ ସୌରଭ ଗର୍ଗଙ୍କୁ ଅତିରିକ୍ତ ଭାବେ ଗ୍ରୀଡକୋ,ଓପିଟିସିଏଲର ସିଏମଡି ଓ ଓସିପିଏଲର ସିଇଓ ଦାୟିତ୍ୱ ତୁଲାଇବେ। ଦୀର୍ଘବର୍ଷ ଧରି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର ସଚିବ ଭାବେ ବଦଳି କରାଯାଇଛି। ସେ ଏମଏସଏମଇ ବିଭାଗର ସଚିବ ଓ ଇପିକଲ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର ସଚିବ ଭାବେ ବଦଳି କରାଯାଇଛି। ସେ ଓଏଚପିସି ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମଗମଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଛି। ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର‌୍ୟ୍ୟ କରୁଥିବା ଆଇଏଏସ୍ ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ଅଗ୍ରୱାଲ ମଧ୍ୟ ମହିଳା ବିକାଶ ସମବାୟ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ।

ପ୍ରଦୀପ ଜେନା – ଗ୍ରାମ୍ୟ ଉନୟନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ
ମୋନା ଶର୍ମା – ଜଙ୍ଗଲ ଓ ପରିବେଶ ବିଭାଗ ସଚିବ
ସଂଜୀବ ଚୋପ୍ରା – ଗୃହ ବିଭାଗ ସଚିବ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଦାୟିତ୍ୱ
ସୌରଭ ଗର୍ଗ – ଗ୍ରୀଡ଼କୋ, ଓପିଟିସିଲ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ
ହେମନ୍ତ ଶର୍ମା – ଶିଳ୍ପ ବିଭାଗ ସଚିବ
ବିଷ୍ଣୁପଦ ସେଠି – ଶକ୍ତି ବିଭାଗ ସଚିବ
ଚିତ୍ରା ଅରୁମୁଗମ – ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ
ବିଶାଲ ଗଗନ – ଜଳ ସମ୍ପଦ ବିଭାଗ ସଚିବ
ଅରବିନ୍ଦ ଅଗ୍ରୱାଲ – ସଧାରାଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ