ମୋ ସରକାରର ଅପରେସନ କରପର୍ସନ : ଲାଞ୍ଚନେଇ ଗିରଫ ହେଲେ ଆଇଏସ ଅଫିସର ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ବର : ମୋ ସରକାରରେ ଏବେ ଆଇଏଏସ୍‌ଙ୍କ ପାଳି । ଭିଜିଲାନ୍ସ ହାତରେ ଧରାପଡି ନିଲମ୍ବିତ ହୋଇଛନ୍ତି ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ । ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ବିଜୟ କେତନଙ୍କୁ ରେଡ୍ ହ୍ୟାଣ୍ଡେଡ୍‌ ଧରିଛି ଭିଜିଲାନ୍ସ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଫାଇଲ କାମ କରିବାକୁ ଲକ୍ଷେଟଙ୍କା ଲାଞ୍ଚ ମାଗିଥିଲେ । ଏକଥା ସରକାରଙ୍କ ପକ୍ଷରୁ ଚାଲିଥିବା ମୋ ସରକାର କାର୍ଯ୍ୟକ୍ରମକୁ ଅବଗତ କରାଯାଇଥିଲା । ଏହା ଉପରେ ନଜର ରଖିବାକୁ ସରକାର ଦେଇଥିଲେ ଭିଜିଲାନ୍ସକୁ ନିର୍ଦେଶ । ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା। ମୋ ସରକାରର ଏହି ଅପରେସନ୍‌ର କିଛି ବି ଟେର ପାଇନଥିଲେ ବିଜୟ କେତନ । ଆଜି ବିଜୟ କେତନ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ବିଜୟ କେତନଙ୍କ ସୋରରେ ଥିବା ପୈତୃକ ଘର, ଭୁବନେଶ୍ବର ଅଫିସ, ସରକାରୀ କ୍ବାର୍ଟର୍ସ ସମେତ ଅନ୍ୟ କେତେକ  ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।  ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ବିଜୟ କେତନଙ୍କ ଡିଲ୍ ସଂପର୍କିତ କାଗଜ ପତ୍ର ଯାଞ୍ଚ କରୁଛି ।  ବିଜୟ କେତନଙ୍କୁ ଗିରଫ କରାଯାଇଛି । ଏମିତିକି ସରକାର ବିଜୟଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବନ କରିଛନ୍ତି । ସରକାରରେ ଟ୍ରାନ୍ସପ୍ରାନ୍ସି  ଗୁରୁତ୍ବ ପୂଣ୍ଣ  । ଏଥିରେ ଦୁର୍ନୀତିରେ ସଂପୃକ୍ତ କାହାରୀକୁ ଛଡାଯିବ ନାହିଁ ବୋଲି ସରକାର ବାର୍ତ୍ତା ଦେଇଛନ୍ତି ।

ଲାଞ୍ଚୁଆ ଆଇଏଏସ୍ ଅଧିକାରୀ  ଗିରଫ

 ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ

 ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ ପଦରେ ରହିଆସିଥିବା ବିଜୟ କେତନ ଏବେ ଉଦ୍ୟାନ କୃଷିର ନିର୍ଦ୍ଦେଶକ ଥିଲେ । 5T ଲାଗୁ ହେବା ପରେ ଭିଜିଲାନ୍ସ ହାତରେ ଧରାପଡ଼ି ଚାକିରୀରୁ ନିଲମ୍ବିତ ହେବାରେ ସେ ହେଉଛନ୍ତି ପ୍ରଥମ ଆଇଏଏସ ଅଫିସର । ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ଏହି ଘଟଣା ଅଧିକ ବଳ ଦେଇଛି । ବଡବାବୁ ମାନଙ୍କ ପାଇଁ ଏହା ମଧ୍ୟ ଏକ ସତର୍କ ଘଣ୍ଟି ବୋଲି କୁହାଯାଉଛି । ସେପଟେ ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ଙ୍କୁ ସରକାର କାହିଁକି ଧରୁ ନାହାଁନ୍ତି ବୋଲି ବିରୋଧୀ ଯେଉଁ ଆକ୍ଷେପ କରୁଥିଲେ ବିଜୟଙ୍କୁ ଧରି ସରକାର ଏକପ୍ରକାର ଏହାର ଜବାବ ଦେଇଛନ୍ତି। ବିଜୟ କେତନ ୨୦୦୯ ବ୍ୟାଚର ଆଇଏଏସ୍ । ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ସେ ୫ମ ସ୍ଥାନ ଅଧିକାର କରିବା ସହ ସେ ଷ୍ଟେଟ ଟପର ଥିଲେ  ।ବିଜୟ କୁମାର ଉପାଧ୍ୟାୟ ଏଥିପୂର୍ବରୁ କଳାହାଣ୍ଡି, ଜଗତସିଂହପୁରର ଜିଲ୍ଲାପାଳ ଥିବା ବେଳେ ଜଳସଂପଦ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ-ସଚିବ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି।