ଲୋକସେବା ଭବନକୁ ଫେରିଲେ ମଧୁ ପାଢୀ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଫିସର ମଧୁସୂଦନ ପାଢୀ ଲୋକସେବା ଭବନକୁ ଫେରିଛନ୍ତି । ଦୀର୍ଘ ବର୍ଷ ପରେ ପାୱାର କରିଡରରେ ଏଂଟ୍ରି ମାରିଛନ୍ତି ଏହି ବରିଷ୍ଠ ଅଧିକାରୀ । ତାଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ସେହିଭଳି ସେ ଲାଣ୍ଡ ରେକର୍ଡ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ବି ତୁଲାଇବେ । ଅନ୍ୟପକ୍ଷରେ ପରିବହନ କମିଶନର ଥିବା ପ୍ରମୋଦ ମେହେରଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।