ଆଇଏଏସସ୍ତରରେ ଅଦଳବଦଳ : ମଧୁସୂଦନ ପାଢୀ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସସ୍ତରରେ ଅଦଳବଦଳ ହୋଇଛି । ସି.ଜେ ବେଣୁଗୋପାଳ ହେଲେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତ ବିଦ୍ୟା ବିଭାଗର ପ୍ରମୁଖ ସଚିବ । ପୂର୍ବରୁ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିଲେ । ଏବେ ପରିବହନ କମିଶନର ମଧୁସୂଦନ ପାଢୀ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ । ଶାଶ୍ୱତ ମିଶ୍ରଙ୍କୁ ମିଳିଲା ପରିବହନ କମିଶନର ଅତିରିକ୍ତ ଦାୟିତ୍ୱ । ବାଣିଜ୍ୟ କର ସହ ପରିବହନ କମିଶନର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଶାଶ୍ୱତ ମିଶ୍ର ।